ଆକାଶ ମାର୍ଗରୁ ଆକ୍ରମଣ ଦୃଶ୍ୟ ଦେଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ପକ୍ଷରୁ ଆକ୍ରମଣ ଜାରି ରହିଛି। ଲୋହିତ ସାଗରରେ ପଣ୍ୟବାହୀ ଜାହାଜଗୁଡ଼ିକୁ ଟାର୍ଗେଟ କରି ଲୁଟପାଟ କରୁଥିବା ହୁତି ବିଦ୍ରୋହୀଙ୍କୁ ନର୍କକୁ ପଠାଇବା ଲାଗି ଯୋଜନା ଚାଲିଥିବା ଟ୍ରମ୍ପ କହିଛନ୍ତି। ଏହା ସହିତ ସେ ନିଜେ ଛିଡ଼ା ହୋଇ ଆକ୍ରମଣର ଲାଇଭ କଭରେଜ ଦେଖିଛନ୍ତି। ଆମେରିକା ସେନା ପକ୍ଷରୁ କିପରି ୟେମେନରେ ଆଡ୍ଡା ଜମାଇଥିବା ହୁତି ସଂଗଠନ ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି ତାହାର ଦୃଶ୍ୟ ଟ୍ରମ୍ପ ଦେଖିଛନ୍ତି। ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ହୁତି ସଂଗଠନ ପକ୍ଷରୁ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ କରାଯାଇଛି। ହୁତି ବିଦ୍ରୋହୀ ସଂଗଠନ ଏହାର ଆମେରିକାର ଯୁଦ୍ଧ ଅପରାଧ ବୋଲି କହିବା ସହିତ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି।
Powered by Froala Editor