ଇଏ କି ପ୍ରକାର ଫିଟ୍ନେସ୍ : ବର୍ଷେ ହେଲା ପାଣି ପିଉଥିଲେ, ଘଟିଲା ଶୋଚନୀୟ ମୃତ୍ୟୁ

ଫିଟ୍ ରହିବାକୁ ଅନେକ ଜିମ୍ ସେଣ୍ଟର ଖୋଲିଲାଣି । ଏମିତିକି ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଫିଟ୍ନେସ ମନ୍ତ୍ର ଆସୁଛି । କିଏ ଖାଦ୍ୟ ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବାକୁ କହୁଛି ତ କିଏ ବ୍ୟାୟାମ ସାହାଯ୍ୟରେ । ହେଲେ କେବଳ ପାଣି ପିଇ କ’ଣ ଓଜନ କମାଇବା ସମ୍ଭବ? ହଁ ଏମିତି ବିଚିତ୍ର କାମ କରି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେ ଓଜନ କମାଇବାକୁ ବର୍ଷେ ହେଲାଣି କେବଳ ପାଣି ପିଉଥିଲେ । ଯେଉଁଥିପାଇଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
କେରଳର କନ୍ନୁରର ମେରୁବମ୍ବାୟିର ବାସିନ୍ଦା ୧୯ ବର୍ଷୀୟ ଶ୍ରୀନନ୍ଦାଙ୍କର 'ଆନୋରେକ୍ସିଆ ନର୍ଭୋସା' ନାମକ ଏକ ରୋଗରେ ମୃତ୍ୟୁ ହୋଇଛି।
ଆନୋରେକ୍ସିଆ ନର୍ଭୋସା ପ୍ରକୃତରେ ଏକ ଖାଦ୍ୟ ସହ ଜଡ଼ିତ ରୋଗ ଯେଉଁଥିରେ ଓଜନ ବୃଦ୍ଧି ପାଇବାର ନିରନ୍ତର ଭୟ ରହିଥାଏ। ଶ୍ରୀନନ୍ଦା, ଥଲସେରି କୋଅପରେଟିଭ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ଗତ ଶନିବାର ମୃତ୍ୟୁ ହୋଇଥିଲା।
ପରିବାର ଲୋକଙ୍କ କହିବା ମୁତାବକ, ଶ୍ରୀନନ୍ଦା ଓଜନ ବଢ଼ିବା ଭୟରେ ଖାଇବା ବନ୍ଦ କରିଦେଇଥିଲା ଏବଂ ଅଧିକ ବ୍ୟାୟାମ କରୁଥିଲେ। ଅନଲାଇନରେ ଦିଆଯାଇଥିବା ଡାଏଟ୍ ଚାର୍ଟ ଅନୁସରଣ କରୁଥିଲେ ଏବଂ କେବଳ ପାଣି ପିଉଥିଲେ। ସେ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଖାଦ୍ୟରୁ ଦୂରେଇ ରହିଥିଲେ । ଦେହ ଖରାବ ହେବାରୁ ତାଙ୍କୁ ୧୦ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ୧୦ଦିନ ଭିତରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଯେଉଁଥିପାଇଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
Powered by Froala Editor