ମହିଳାଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଚାଲିଗଲା ଜୀବନ

ଭୁବନେଶ୍ୱର: ପାତ୍ରପଡ଼ାରେ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ପିକ୍ଅପ୍ ଭ୍ୟାନକୁ ଅଟକାଇ ଖଣ୍ଡଗିରି ପୁଲିସ ତଦନ୍ତ ଆରମ୍ଭ କରିଛିା
ପାତ୍ରପଡ଼ାଠାରେ ଥିବା ଭାଇଜି ଗାଙ୍ଗୁରାମ ମିଠା ଦୋକାନ ଆଗରେ ପିକ୍ଅପ୍ ଭ୍ୟାନ ମହିଳାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଦୁର୍ଘଟଣା ଘଟାଇଥିବାଥିବା ପିକଅପ୍ ଭ୍ୟାନକୁ ଅଟକାଇ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
Powered by Froala Editor