ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ

ହରିୟାଣା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ପୁରନ କୁମାର ତାଙ୍କ ଆତ୍ମହତ୍ୟା ନୋଟରେ ଅନେକ ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ନଅ ପୃଷ୍ଠାର ଏହି ଆତ୍ମହତ୍ୟା ନୋଟରେ ସେ ୧୫ ଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ କେତେକ ଏବେ ବି ଚାକିରିରେ ଅଛନ୍ତି ଏବଂ କେତେକ ଅବସର ନେଇସାରିଲେଣି । ଆଇପିଏସ୍ ଙ୍କ ପତ୍ନୀ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ କହିଛନ୍ତି ଯେ ଏକ ବିସ୍ତୃତ ଆତ୍ମହତ୍ୟା ନୋଟ୍ ଏବଂ ଏକ ଆନୁଷ୍ଠାନିକ ଅଭିଯୋଗ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର୍ ରୁଜୁ କରାଯାଇ ନାହିଁ।
ତାଙ୍କ ଚିଠିରେ ସେ ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ନୋଟ୍ ଉଦ୍ଧୃତ କରିଛନ୍ତି। ଏହା ସହ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ "ଉତ୍ପୀଡ଼ନ, ଅପମାନ ଏବଂ ମାନସିକ ନିର୍ଯାତନା"ରେ ଉଚ୍ଚପଦସ୍ଥ ଅଧିକାରୀମାନେ ଜଡିତ ଅଛନ୍ତି। ସମସ୍ତ ବିବରଣୀ ଥାଇ ମଧ୍ୟ ଚଣ୍ଡିଗଡ଼ ପୁଲିସ ତାଙ୍କ ମୃତ୍ୟୁର କିଛି ଦିନ ପରେ ସେ ସବୁକୁ ଅଣଦେଖା କରିଛି।
ପୋଲିସ ଆଇଜି ପୁରନ କୁମାର ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ପୋଲିସ ତାଙ୍କ ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ସୁଇସାଇଡ ନୋଟର ପ୍ରଥମ ଆଠ ପୃଷ୍ଠାରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ସମ୍ମୁଖୀନ ହୋଇଥିବା କଥା ବର୍ଣ୍ଣନା କରିଛନ୍ତି। ଶେଷ ପୃଷ୍ଠାରେ ସେ ଏକ ଇଚ୍ଛାପତ୍ର ଲେଖି ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ତାଙ୍କ ପତ୍ନୀ ତଥା IAS ଅଧିକାରୀ ଅମନୀତ ପି. କୁମାରଙ୍କୁ ଦାନ କରିଛନ୍ତି।
Powered by Froala Editor