ପୁଲିସ ଗୁଳିରେ ବିହାରୀ ଲୁଟେରା ଗୁରୁତର
ଭୁବନେଶ୍ୱର: ଗତକାଲି ରାତିରେ ରାଜଧାନୀରେ ଏନକାଉଣ୍ଟର ହୋଇଛି । ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଲୁଟେରା ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି ହୋଇଛି । ଦୀପକ କୁମାର ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।
Powered by Froala Editor