Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ...

  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ...

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ...

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ...

  • ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ...

  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ...

  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ...

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ...

ରାଜ୍ୟ
Home ›› ରାଜ୍ୟ ››ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ

2025-03-08 05:45:40
15371
Share:
Facebook
Twitter
E-Mail
WhatsApp
Telegram
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ

ଭୁବନେଶ୍ବର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ। ଏତଲା (ଏଫ୍‌ଆଇଆର୍‌) ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା କର, ନଚେତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟର ୧୪ଟି ଥାନାର ନୂତନ କୋଠା ଶୁଭାରମ୍ଭ କାର୍ଯ୍ୟକ୍ରମରେ ନୂଆପଲ୍ଲୀ ଥାନାର ନୂଆ କୋଠା ଉଦ୍‌ଘାଟନ କରିବା ଅବସରରେ ସାଧାରଣ ଲୋକଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସକୁ ପରାମର୍ଶ ଦେଇଥିଲେ। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ସହ ନ୍ୟାୟ ଦିଅ। ଯେଉଁ ଥାନା ଅଧିକାରୀ ଲୋକଙ୍କ କଥା ଶୁଣୁ ନାହାନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ବିଧାୟକ ଥିବାବେଳେ ପୁଲିସ ତାଙ୍କ ପ୍ରତି କେମିତି ବ୍ୟବହାର କରିଥିଲା ସେକଥା ମୁଖ୍ୟମନ୍ତ୍ରୀ କହିଥିଲେ।
କମିସନରେଟ ପୁଲିସର ନୂଆପଲ୍ଲୀ ଥାନାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାରେ ୧୪ଟି ନବନିର୍ମିତ ଥାନା ଗୃହ ଲୋକର୍ପଣ କରିଛନ୍ତି। ନୂଆପଲ୍ଲୀ ଥାନା ସହିତ ଅନୁଗୋଳ ଜିଲାର ସମଲ ଓ ସଦର ଥାନା, ବରଗଡ଼ ଜିଲା ଭେଡେନ, କଳାହାଣ୍ଡି ଜିଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରିର କୋରକୁଣ୍ଡା, କନ୍ଧମାଳ ଜିଲାର ଫିରିଙ୍ଗିଆ, କମିସନରେଟ ପୁଲିସ ଅନ୍ତର୍ଗତ କଟକର ସିଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲାର ପାରାଦ୍ବୀପ ଲକ୍ ଥାନା, ଯାଜପୁରର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦ୍‌ଘାଟନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ନବ ନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରି, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରି, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରି, ଆଧୁନିକ ମାଲଖାନା, ଅଭ୍ୟର୍ଥନା ପ୍ରକୋଷ୍ଠ ଏବଂ ମହିଳା ଓ ଶିଶୁଙ୍କ ପାଇଁ ହେଲ୍ପ ଡେସ୍କ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଇନଶୃଙ୍ଖଳା ରକ୍ଷା ଦିଗରେ ଥାନାର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ଆମ ସରକାର ଆସିବା ପରେ ଥାନାଗୁଡ଼ିକୁ ଆଧୁନିକୀକରଣ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଥାନାରେ କର୍ତ୍ତବ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଥାନାକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। ସେମାନେ ଅସୁବିଧାରେ ପଡ଼ି ଦୁଃଖରେ ଆପଣଙ୍କ ପାଖକୁ ଆସୁଛନ୍ତି। ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତୁ। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା ଅପରାଧର ଆଉ ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଥିଲେ।
କାର୍ଯ୍ୟକ୍ରମରେ ନୂଆପଲ୍ଲୀଠାରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଏକାମ୍ର ବିଧାୟକ ବାବୁ ସିଂ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ଅନ୍ୟ ଜିଲାର ସାଂସଦ, ବିଧାୟକ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ। ପୁଲିସ ଆୟୁକ୍ତ ଏସ୍‌. ଦେବଦତ୍ତ ସିଂହ ଧନ୍ୟବାଦ ଦେଇଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ
    ଦେଶ-ଦେଶାନ୍ତର

    ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14051
    Mar 16, 2026
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ
    ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13702
    Mar 16, 2026
  • ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୪ରେ ଫଳାଫଳ
    ଦେଶ-ଦେଶାନ୍ତର

    ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୪ରେ ଫଳାଫଳ

    14502
    Mar 16, 2026
  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...
    ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...

    13713
    Mar 16, 2026
  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍
    ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14061
    Mar 16, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...

    14980
    Mar 16, 2026
  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ
    ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14543
    Mar 16, 2026
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ
    ଦେଶ-ଦେଶାନ୍ତର

    ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14753
    Mar 16, 2026
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ
    ଦେଶ-ଦେଶାନ୍ତର

    ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    14139
    Mar 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୪ରେ ଫଳାଫଳ

    14502
    Mar 16, 2026
  • ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14061
    Mar 16, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15624
    Mar 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17374
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17437
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17784
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16255
    Apr 03, 2021

ବିଶେଷ

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13795
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14205
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13957
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14527
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15141
    Mar 08, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15683
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15145
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14995
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14504
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

    13713
    Mar 16, 2026
  • ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୪ରେ ଫଳାଫଳ

    14502
    Mar 16, 2026
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    14139
    Mar 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In