କଟକ ଏସ୍ଟିଏ କାର୍ଯ୍ୟାଳୟର ଡେପୁଟି କମିସନରଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ଏସ୍ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ପ୍ରଦୀପ ମହାନ୍ତିଙ୍କ ଘର ସମେତ ୯ଟି ଠିକଣାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଶ୍ରୀ ମହାନ୍ତିଙ୍କ ଭୁବନେଶ୍ବର ମୈତ୍ରୀବିହାରସ୍ଥିତ ଘର, ଖୋର୍ଦ୍ଧା ଟାଙ୍ଗୀସ୍ଥିତ ପୈତୃକଘର, କଟକସ୍ଥିତ ସରକାରୀ କାର୍ଯ୍ୟାଳୟ, ଖୋର୍ଦ୍ଧା, ପୁରୀ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଖାପାଖି ୧୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ନଗଦ ୧୫ ଲକ୍ଷ ଟଙ୍କା ସହିତ ୭୦୦ ଗ୍ରାମ୍ ଓଜନର ସୁନାଗହଣା ମଧ୍ୟ ଜବତ କରାଯାଇଛି। ସେହିଭଳି ତାଙ୍କ ମାଲିକାନାରେ ଚାରିଟି ବିଳାସପୂର୍ଣ୍ଣ ଅଟ୍ଟାଳିକା, ୧୫ ଏକର ଜମିରେ ବିଶାଳ ଫାର୍ମ ହାଉସ୍, ୧୨ରୁ ଅଧିକ ଦାମୀ ପ୍ଲଟ୍ ଥିବା ଜଶରିବା ପରେ ଭିଜିଲାନ୍ସ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି।
Powered by Froala Editor