ସିଡିଏ ସେକ୍ଟର-୭ ଭୟାବହ ଅଗ୍ନିକାଣ୍ଡ: ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ
କଟକ: କଟକ ସିଡିଏ ସେକ୍ଟର-୭ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ପୋଡ଼ିଯାଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ମର୍କତ ନଗର ଥାନା ନିକଟରେ ଥିବା ଜଣେ ଆଇନଜୀବୀଙ୍କ ଘରେ ନିଆଁ ଲାଗିଥିବାବେଳେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେଦୁହେଁ ସେହି ଘରେ ଭଡ଼ାରେ ରହୁଥିଲେ। ସେମାନଙ୍କର ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ପଡ଼ୋଶୀମାନେ ଘରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀକୁ ନିଆଁକୁ ଆୟତ୍ତ କରିବା ଲାଗି ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା।ସେତେବେଳକୁ ଘରର ଗ୍ୟାରେଜରେ ଥିବା କାର୍ ଓ ବାଇକ୍ ସମେତ ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କିଏ କାହିଁକି ଏଭଳି କାଣ୍ଡ ଘଟାଇଛି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି।
Powered by Froala Editor