ଅଧିବେଶନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ, ୧୨ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ଵର: ରାଜ୍ୟ ବିଧାନସଭାରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ହିିଁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଫଳରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଜୁ ବାବୁଙ୍କୁ ଅପମାନ ଅଭିଯୋଗରେ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଧାୟକମାନେ ନାରାବାଜି କରିଛନ୍ତି। ଅପରପକ୍ଷେ ରାଜ୍ୟରେ ମହିଳା ନିର୍ଯାତନା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ହୋହାଲ୍ଲା ସହ ଧାରଣାରେ ବସିଛି କଂଗ୍ରେସ।
Powered by Froala Editor