Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ...

  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ...

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ...

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ...

  • ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ...

  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ...

  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ...

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ...

Home ›› ››ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ ବିଜୁବାବୁ: ମୁଖ୍ୟମନ୍ତ୍ରୀ

ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ ବିଜୁବାବୁ: ମୁଖ୍ୟମନ୍ତ୍ରୀ

2025-03-06 04:13:51
15605
Share:
Facebook
Twitter
E-Mail
WhatsApp
Telegram
ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ ବିଜୁବାବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବିଜୁବାବୁ ଅନେକ ସ୍ବପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ରାଜ୍ୟର ଶିଳ୍ପାୟନ, ମହିଳାଙ୍କ ସଶକ୍ତୀକରଣ ଥିଲା ତାଙ୍କର ସ୍ବପ୍ନ। ବିଜୁବାବୁଙ୍କ ସ୍ବପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି। ବିଜୁବାବୁ ଓଡ଼ିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ। ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁଗୁଡ଼ିକୁ ସରକାରଙ୍କୁ ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ, ସେ ଥିଲେ ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ। ଓଡ଼ିଶାକୁ ଶିଳ୍ପ, ପଞ୍ଚାୟତିରାଜ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ। ଆଜି ଆମ ସରକାର ବିଜୁବାବୁଙ୍କ ସେହି ପଥକୁ ଅନୁସରଣ କରୁଛି। ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁବାବୁଙ୍କ ମହିଳା ସଶକ୍ତୀକରଣର ସ୍ବପ୍ନକୁ ସାକାର କରିବାକୁ ଯାଉଛୁ। ଗାଁର ବିକାଶରେ ରାଜ୍ୟର ବିକାଶ-ଏହା ଥିଲା ବିଜୁବାବୁଙ୍କ ମତ। ସେଥିପାଇଁ ସେ ନାରା ଦେଇଥିଲେ, ଗାଁ କୁ କାମ, ମା’କୁ ସମ୍ମାନ। ଯଦି ବିଜୁବାବୁଙ୍କ ଏହି ଉକ୍ତି ଉପରେ ସଠିକ କାମ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ବହୁ ଆଗକୁ ଯାଇପାରିଥାନ୍ତେ ଏବଂ ଗାଁର ଅର୍ଥନୀତି ସୁଦୃଢ଼ ହୋଇପାରିଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ଘଟଣା ଉପରେ ସରକାର ପଦକ୍ଷେପ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି। ବିଜୁବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ ବୋଲି କହିଥିଲେ।
ଏହି ଅବସରରେ ବିଜୁବାବୁଙ୍କ ଜୀବନୀ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ ରାଜନୈତିକ ଅନୁଭବ ବର୍ଣ୍ଣନା କରି କହିଥିଲେ ଯେ ବିଜୁବାବୁ ସବୁବେଳେ ତୃଣମୂଳସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ବ ଦେଉଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଆମେ ସମସ୍ତେ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟବକ୍ତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ ଯେ, ପ୍ରତିକୂଳ ପରିସ୍ଥିତିରେ ଜୀବନର ଅନେକ ଆହ୍ବାନର ସମ୍ମୁଖୀନ ହୋଇ ବିଜୁବାବୁ ନିଜ ପାଇଁ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିଲେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁବାବୁ ଯେଉଁ ଉଦ୍ୟମ କରିଥିଲେ, ତା’ର ତୁଳନା ନାହିଁ।
ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଓଡ଼ିଶାରେ ମହିଳାଙ୍କୁ ରାଜନୀତିକୁ ଆଣିବାରେ ବିଜୁବାବୁଙ୍କର ଶ୍ରେଷ୍ଠ ଅବଦାନ ରହିଛି ବୋଲି କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ ସ୍ବାଗତ ଭାଷଣ ଦେଇଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ
    ଦେଶ-ଦେଶାନ୍ତର

    ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14767
    Mar 16, 2026
  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15638
    Mar 16, 2026
  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍
    ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14076
    Mar 16, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...

    14994
    Mar 16, 2026
  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ
    ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14557
    Mar 16, 2026
  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ
    ଦେଶ-ଦେଶାନ୍ତର

    ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14065
    Mar 16, 2026
  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...
    ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...

    13727
    Mar 16, 2026
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ
    ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13714
    Mar 16, 2026
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ
    ଦେଶ-ଦେଶାନ୍ତର

    ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    14153
    Mar 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14076
    Mar 16, 2026
  • ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

    13727
    Mar 16, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କଲା ବିଜେପି

    14994
    Mar 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17374
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17438
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17784
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16255
    Apr 03, 2021

ବିଶେଷ

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13809
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14207
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13959
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14529
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15143
    Mar 08, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15683
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15145
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14995
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14504
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    14153
    Mar 16, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କଲା ବିଜେପି

    14994
    Mar 16, 2026
  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14076
    Mar 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In