ଭାରତ ଜିତିବାରୁ ନିଜ କଥା ବଦଳାଇଲେ ଶାମା

ଦୁବାଇରେ ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ରୋହିତ ଶର୍ମାଙ୍କୁ ‘ମୋଟା’ ବୋଲି କହିଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ମଧ୍ୟ ଏହି ବିଜୟ ପାଇଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି , ମୁଁ ଫାଇନାଲ ମ୍ୟାଚ ପାଇଁ ବହୁତ ଉତ୍ସାହିତ।
କିଛି ଦିନ ତଳେ ଅଧିନାୟକ ରୋହିତ ଶର୍ମାଙ୍କୁ ମୋଟା ବୋଲି କହି ବିବାଦୀୟ ହୋଇଥିବା ଶମା ଏବେ ରୋହିତଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଜିତିଥିବାରୁ ମୁଁ ଆଜି ବହୁତ ଖୁସି। ଏହା ସହ ବିରାଟ କୋହଲିଙ୍କୁ ୮୪ରନ କରିବା ଏବଂ ଆଇସିସି ନକଆଉଟରେ ୧୦୦୦ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିବାରୁ ଅଭିନନ୍ଦନ ଜଣାଉଛି। ମୁଁ ବହୁତ ଉତ୍ସାହିତ ଏବଂ ଫାଇନାଲ ପାଇଁ ଅପେକ୍ଷା କରିଛି।"
ଶମା ମହମ୍ମଦ ଇନଷ୍ଟାଗ୍ରାମରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ପୋଷ୍ଟ କରି କହିଥିଲେ ଯେ ଜଣେ ଖେଳାଳି ଭାବରେ ତାଙ୍କର ଓଜନ ଅଧିକ ଏବଂ ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ। ଅନ୍ୟ ଏକ ପୋଷ୍ଟରେ, ଶମା ରୋହିତ ଶର୍ମାଙ୍କୁ ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଧୋନୀ, କୋହଲି, କପିଲ ଦେବ ଏବଂ ଶାସ୍ତ୍ରୀଙ୍କ ସହ ତୁଳନା କରି କହିଥିଲେ ଯେ ତାଙ୍କ ଭିତରେ ଏମିତି କ’ଣ ବିଶେଷ ଅଛି। କିନ୍ତୁ ବିବାଦ ବଢ଼ିବା ପରେ ସେ ତାଙ୍କର ଦୁଇଟି ପୋଷ୍ଟ ଡିଲିଟ କରିଦେଇଥିଲେ।
Powered by Froala Editor