ଗୁଟଖା ଖାଇଲେ ୧୦୦୦ ଟଙ୍କା ଜରିମାନା

ବ୍ୟାନ ହେଲା ଗୁଟଖା ଏବଂ ପାନ ମସଲା। ତମାଖୁ ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା। ଏହି ନିୟମ ଓଡ଼ିଶାରେ ଲାଗୁ ହୋଇନାହିଁ ବରଂ ଉତ୍ତରପ୍ରଦେଶ ସରକାର ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି । ତେବେ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି । ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଯାହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି।
ତେବେ ଏହି ବ୍ୟାନ୍ ପୁରା ଉତ୍ତରପ୍ରଦେଶରେ ଲଗାଯାଇନାହିଁ। ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ବ୍ୟାନ୍ କରାଯାଇଛି। ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି କଡ଼ା ସୂଚନା ଜାରି କରାଯାଇଛି।
ଯଦି ଦେଖିବା ଏବେ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି। ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଯାହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି।
Powered by Froala Editor