ଅଫିମ ଖାଇଯାଉଛନ୍ତି ପଲ ପଲ ଶୁଆ

ଅଫିମ ଚୋର ଶୁଆ। ଯାହାକୁ ଘାରିଛି ଅଫିମ ନିଶା। ମଧ୍ୟପ୍ରଦେଶରେ ଶୁଆମାନେ ଅଫିମ ଫସଲକୁ ନଷ୍ଟ କରୁଛନ୍ତି ଶୁଆ। ଏହି ଅଫିମ ଚୋରମାନଙ୍କର କାର୍ଯ୍ୟକଳାପ ବିଷୟରେ ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆଉ ଯେତେ ଚେଷ୍ଟା କଲେ ବି ଅଟକାଇ ପାରୁନାହାନ୍ତି ଚାଷୀ। ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।
ଆପଣମାନେ ଭାବୁଥିବେ ଅଫିମ ତ ଏକ ନିଶା ଜାତୀୟ ଦ୍ରବ୍ୟ। ଯାହାକୁ ସାଧାରଣତଃ ମଣିଷମାନେ ବ୍ୟବହାର କରିଥାନ୍ତି। ହେଲେ ଶୁଆ କିପରି ଅଫିମକୁ ନିଶା ଭାବରେ ବ୍ୟବହାର କରୁଛି। ସେ ଯାହା ହେଉନା କାହିଁକି ଏହି ଚୋର ଏବେ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ଗୋଟେ କି ଦୁଇଟି ନୁହେଁ। ପଲ ପଲ ଶୁଆ ଆସି ସବୁ ଫସଲ ଖାଇଯାଉଛନ୍ତି।
ରାୟବରେଲି ଜିଲ୍ଲାର ଶିବଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ବେଡାରେ ଗତ ୫୦ବର୍ଷ ଧରି ଅଫିମ ଚାଷ କରିଆସୁଥିବା ଚାଷୀମାନେ ଚିନ୍ତାରେ ମୁ୍ଣ୍ଡରେ ହାତଦେଇ ବସିଛନ୍ତି। ଚାଷୀମାନେ ୟୁପି ନାର୍କୋଟିକ୍ସ ବିଭାଗରୁ ଅଫିମ ଚାଷ ପାଇଁ ଲାଇସେନ୍ସ ପାଇଛନ୍ତି। କାରଣ ଏହା ଏକ ଫସଲ ଯାହା ପାଇଁ ସରକାର ଲାଇସେନ୍ସ ପ୍ରଦାନ କରିଥାନ୍ତି। ବିନା ଲାଇସେନ୍ସରେ ଏହାକୁ ଚାଷ କରିବା ଏକ ଆଇନଗତ ଅପରାଧ ବୋଲି ବିବେଚନା କରାଯାଇଥାଏ।
କିନ୍ତୁ, ଅଫିମ ଚାଷ କରୁଥିବା ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମତଃ, ପାଗର ପ୍ରଭାବରୁ ଏହାକୁ ରକ୍ଷା କରିବା ହେଉଛି ସବୁଠାରୁ ବଡ଼ ସମସ୍ୟା। ଅନ୍ୟପକ୍ଷରେ, ଅଫିମ ଖାଉଥିବା ଶୁଆପଲଙ୍କ କବଳରୁ ଫସଲକୁ ରକ୍ଷା କରିବା ମଧ୍ୟ ଏକ ବହୁତ କଷ୍ଟକର କାର୍ଯ୍ୟ।
Powered by Froala Editor