ଭାରତ ସମେତ ଚାରିଟି ଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଭାରତ ସମେତ ଚାରିଟି ଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ସହ ତିନି ଘଣ୍ଟା ମଧ୍ୟରେ ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳ ଭୂକମ୍ପରେ ଥରିଥିଲା । ଗତ ୨୪ ଘଣ୍ଟାରେ ଆସାମରୁ ପାକିସ୍ତାନ ମଧ୍ୟରେ ୪ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବିଳମ୍ବିତ ରାତିରେ ନେପାଳରେ ୫.୫ ତୀବ୍ରତାର ଭୂକମ୍ପ ଝଟକା ଅନଭୂତ ହୋଇଥିବା ବେଳେ ଏହାର ଝଟକା ବିହାର ଓ ଆସାମରେ ମଧ୍ୟ ଅନୁଭୂତ ହୋଇଥିଲା। ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ପାକିସ୍ତାନରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।
Powered by Froala Editor