ମେ ୨ରେ ଖୋଲିବ ବାବା କେଦାରନାଥଙ୍କ ଦ୍ୱାର

ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ ଦ୍ୱାର । ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ୟ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ ଦ୍ୱାର ଖୋଲାଯିବ ।
ମହା ଶିବରାତ୍ରୀ ପର୍ବ ଅବସରରେ, ଉଖିମଠର ଓଁକାରେଶ୍ୱର ମନ୍ଦିରର ଶୀତଦିନିଆ ପୂଜାସ୍ଥାନ ଦିନଟି ବାହାର କରାଯାଇଛି । ପବିତ୍ର ଶିବରାତ୍ରୀ ଅବସରରେ ଲୋକଙ୍କ ଗହଳି ଜମିଥିବା ବେଳେ ଏହି ଘୋଷଣା କରାଯାଇଛି ।
ବିଶ୍ୱ ପ୍ରସିଦ୍ଧ ୧୧ତମ ଜ୍ୟୋତିର୍ଲିଙ୍ଗ ଶ୍ରୀ କେଦାରନାଥ ଧାମ ନଭେମ୍ବର ୩ ତାରିଖରେ ବୈଦିକ ରୀତିନୀତି ଏବଂ ଧାର୍ମିକ ପରମ୍ପରା ସହିତ ବନ୍ଦ ହୋଇଯାଇଥିଲା।
ପ୍ରତିବର୍ଷ ଶୀତ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠକୁ ପ୍ରସ୍ଥାନ କରେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହୁଥିବା ବେଳେ ଏହି ୬ ମାସ ଯାଏଁ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା କରାଯାଏ ।
Powered by Froala Editor