ଯଦି ନିର୍ଭରଯୋଗ୍ୟ ତଥ୍ୟ ମିଳେ, ତେବେ ଶିଶୁଙ୍କ ସାକ୍ଷ୍ୟ ବି ଗ୍ରହଣୀୟ

ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। କୁନି ଝିଅର କଥା ଶୁଣି ବାପାକୁ ସଜ୍ଜା ଦେଲେ। ଯଦି ଜଣେ ଛୁଆ ସାକ୍ଷୀ ଦେବା ପାଇଁ ଯୋଗ୍ୟ ତାହେଲେ ତଥ୍ୟ ଆଧାରରେ ବିଚାର କରାଯିବ ବୟସ ଦେଖାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି, ଏଣିକି ଛୋଟ ପିଲାଙ୍କୁ ସାକ୍ଷୀ ଭାବେ ଗ୍ରହଣ କରାଯିବ। ଯଦି ସାକ୍ଷ୍ୟ ଦେଉଥିବା ପିଲାଠୁ ନିର୍ଭରଯୋଗ୍ୟ ତଥ୍ୟ ମିଳୁଛି ଗ୍ରହଣ କରାଯିବ। ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହରେ ପିଲାର ସର୍ବନିମ୍ନ ବୟସ ଗ୍ରହଣୀୟ ନୁହେଁ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଉଦାହରଣ ରଖିଛନ୍ତି ମାନ୍ୟବର କୋର୍ଟ। ହାଇକୋର୍ଟରେ ଦୋଷମୁକ୍ତ ବ୍ୟକ୍ତିକୁ ଆଜୀବନ ସଜା ଶୁଣାଇଛନ୍ତି। ୭ ବର୍ଷୀୟ ଝିଅର ସାକ୍ଷ୍ୟ ଗ୍ରହଣ କରି ବାପାକୁ ଆଜୀବନ ସଜା ଦେଇଛନ୍ତି। ଘରେ ଝିଅ ଉପସ୍ଥିତିରେ ସ୍ତ୍ରୀଙ୍କୁ ହତ୍ୟା ପାଇଁ ଏହି ସଜା ଶୁଣାଇଛନ୍ତି କୋର୍ଟ।
ଖବର ଅନୁସାରେ, ଛୁଆ ଆଗରେ ମାଆକୁ ହତ୍ୟା କରିଥିଲା ବାପା । କିନ୍ତୁ ସାକ୍ଷୀର ଅଭାବ ରହିଥିବାରୁ ଦୋଷମୁକ୍ତ ହେବାକୁ ବସିଥିଲା ବାପା । କିନ୍ତୁ ୭ ବର୍ଷର ଝିଅର ସାକ୍ଷୀକୁ ଆଧାର କରି କୋର୍ଟ ସଜ୍ଜା ଶୁଣାଇଛନ୍ତି ।
Powered by Froala Editor