ରୁଷ ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଫ୍ରାନ୍ସର ମାସେଲସ୍ଥିତ ରୁଷ ଦୂତାବାସ ନିକଟରେ ସୋମବାର ବିସ୍ଫୋରଣ ଘଟିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଥିବାବେଳେ ରୁଷକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ରୁଷ କହିବା ସହିତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି। ଏହା ସହିତ ରୁଷ ରାଷ୍ଟ୍ରଦୂତମାନଙ୍କର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ମଧ୍ୟ କହିଛି।
ଫ୍ରାନ୍ସ ଅଧିକାରୀମାନଙ୍କ ସୂଚନା ଅନୁସାରେ, ରୁଷ ଦୂତାବାସ ବାହାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀମାନେ ୨ଟି ବୋମା ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ସେଥିରୁ ଗୋଟିଏ ବୋମା ବିସ୍ଫୋରଣ ଘଟିଥିବାବେଳେ ଅନ୍ୟଟି ଫୁଟି ନ ଥିଲା। ଆକ୍ରମଣକାରୀମାନେ ତୁରନ୍ତ ଘଟଣା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଏହାର ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ କିଏ ଏବଂ କ’ଣ ପାଇଁ ଏହି ବିସ୍ଫୋରଣ ଘଟାଇଛି ତାହା ଏଯାଏ ଜଣାପଡ଼ିନାହିଁ।
Powered by Froala Editor