ରାଜ୍ୟରେ ଅଛନ୍ତି ୫୨୮୪ଜଣ ଭିକାରୀ
ଭୁବନେଶ୍ୱର: ରାଜ୍ୟରେ ୫୨୮୪ଜଣ ଭିକାରୀ ଅଛନ୍ତି । ତନ୍ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ଜଣ ଭିକାରୀ ଅଛନ୍ତି । ସେହିପରି ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରେ ୪୮୨, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଜଣ ଭିକାରୀ ଅଛନ୍ତି । ଆଜି ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ।
Powered by Froala Editor