Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ...

  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ...

  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ...

  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ...

  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

ରାଜ୍ୟ
Home ›› ରାଜ୍ୟ ››ନିଯୁକ୍ତି ମେଳା : ୯ଟି ବିଭାଗରେ ଯୋଗଦେଲେ ୬,୩୯୦ ଜଣ

ନିଯୁକ୍ତି ମେଳା : ୯ଟି ବିଭାଗରେ ଯୋଗଦେଲେ ୬,୩୯୦ ଜଣ

2025-02-07 14:22:53
15397
Share:
Facebook
Twitter
E-Mail
WhatsApp
Telegram
ନିଯୁକ୍ତି ମେଳା : ୯ଟି ବିଭାଗରେ ଯୋଗଦେଲେ ୬,୩୯୦ ଜଣ

ଭୁବନେଶ୍ୱର : ସରକାରୀ ଚାକିରି କେବଳ ଏକ ଜୀବନ ଜୀବିକାର ସାଧନ ନୁହେଁ । ଏହା ଜନସେବାର ଏକ ମାଧ୍ୟମ । ସାଧାରଣ ଜନତା, ସରକାର ଏବଂ ସରକାରୀ ବିଧି ବ୍ୟବସ୍ଥାରୁ ଅନେକ ଆଶା ଆକାଂକ୍ଷା କରିଥାନ୍ତି, ଏବଂ ସେ ସବୁକୁ ପୂରଣ କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ ବଡ଼ ମାଧ୍ୟମ । କାରଣ, ତୃଣମୂଳ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ଵ ଆପଣଙ୍କ କାନ୍ଧରେ । ମୁଁ ଆଶା କରୁଛି, ଏବଂ ମୋର ପୁରା ବିଶ୍ୱାସ ଯେ, ଏହାକୁ ପୂରଣ କରିବାରେ ଆପଣମାନେ ସମସ୍ତେ ସମର୍ଥ ହେବେ ।

ଆଜି ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନିଯୁକ୍ତି କାର୍ଯ୍ୟକ୍ରମରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ । ଆଜି ଏହି ନିଯୁକ୍ତି ମେଳାରେ ୯ ଟି ବିଭାଗର ପ୍ରାୟ ୬,୩୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି । ଆମ ସରକାରର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ ।


ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆଜି ଆରମ୍ଭ ହେଉଛି । ଆଜି କାଲି, ବିଶେଷ ଭାବେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍‍ । ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶେଇ କେନ୍ଦ୍ର ସରକାରରେ ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି ।


ସେ ପୁଣି କହିଲେ ଯେ, ଖାଲିଥିବା ପଦ ପଦବୀକୁ ସାମିଲ କଲେ ମଧ୍ୟ ସର୍ବାଧିକ ସାଢ଼େ ଚାରି ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଅର୍ଥାତ, ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ ବି କମ୍‍ ଲୋକ, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି ।

ଏହି ଏକ ପ୍ରତିଶତରେ ଆପଣମାନେ ସୁଯୋଗ ପାଇଛନ୍ତି । ଏଥିରେ ଆପଣମାନଙ୍କର କଠିନ ପରିଶ୍ରମ ଏବଂ ପିତାମାତାଙ୍କ ଆଶୀର୍ବାଦ ମଧ୍ୟ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ନବନିଯୁକ୍ତ ମାନେ ଏକ ଅଲେଖା ସିଲଟରେ ନିଜର କର୍ମମୟ ଜୀବନ ଆରମ୍ଭ କରିଛନ୍ତି । ଅଢ଼େଇ ଦଶନ୍ଧିର ଏକ ଶାସନ ବ୍ୟବସ୍ଥାର ହ୍ୟାଙ୍ଗ ଓଭର୍ ଆପଣମାନଙ୍କ ପାଖରେ ନାହିଁ । ତେଣୁ, ଖୋଲା ମନ, ଖୋଲା ହୃଦୟର ସହିତ ଆପଣମାନେ କାମ କରିବାର ସୁଯୋଗ ପାଇଛନ୍ତି । ଏହି ସୁଯୋଗର ସଦୁପଯୋଗ କରି ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଏବେ ବିକାଶର ନୂତନ ସୂର୍ଯ୍ୟ ଉଦୟ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗ୍‍ଦର୍ଶନରେ ଆମ ସରକାର ଓଡ଼ିଶାରେ ପ୍ରଗତିର ଧାରାକୁ ବହୁଗୁଣିତ କରିବା ପାଇଁ ପ୍ରତିମୁହୂର୍ତ୍ତର ସଦୁପଯୋଗ କରି କାମ କରୁଛନ୍ତି । ଆମେ ସମସ୍ତେ ଏପରି ଜଣେ ଯୋଗଜନ୍ମାଙ୍କ ନେତୃତ୍ଵ ଏବଂ ଦିଗଦର୍ଶନରେ କାର୍ଯ୍ୟ କରିବାର ସୁଯୋଗ ପାଇଛୁ, ଏବଂ ଏହି ସୁଯୋଗର ସଦୁପୋଯୋଗ କରି ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରୁଛୁ ଏବଂ ଏହି ଦେଶ ନିର୍ମାଣ ଯଜ୍ଞରେ ଆପଣମାନେ ଆଜିଠାରୁ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ପୁଣି କହିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ । ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଏହାକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତେ ନିଜ ନିଜ ବିଭାଗରେ ଖାଲିଥିବା ପଦକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଓଡ଼ିଶାର ବିକାଶର ଲକ୍ଷ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍‍ ଇଞ୍ଜିନ୍‍ କରିବାର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଆମ ସରକାର ସବୁକ୍ଷେତ୍ର ସହିତ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଉଛି । କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି ।

ନିଯୁକ୍ତି କ୍ଷେତ୍ରରେ ଆମର ଫୋକସ୍ ଯୁବଶକ୍ତିର ଉପଯୋଗ ପାଇଁ ଆମ ପ୍ରତିବଦ୍ଧତାର ପରିଚାୟକ । କେବଳ ସେତିକି ନୁହେଁ, ରାଜ୍ୟରେ ଶିଳ୍ପାୟନର ଏକ ନୂଆ ଯୁଗର ଆରମ୍ଭ କରି ବେସରକାରୀ କ୍ଷେତ୍ରରେ ନିଯୁକ୍ତିର ବିପ୍ଳବ ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆମର ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍‍ ୨୦୨୫ର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ଆସିଛି । ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ଏହି ସୁଯୋଗକୁ ଆମ ସରକାର କୌଣସି ପରିସ୍ଥିତିରେ ହାତଛଡ଼ା କରିବ ନାହିଁ । ଏହି ସବୁ ନିବେଶ ପ୍ରସ୍ତାବଗୁଡ଼ିକ ଯେପରି କାର୍ଯ୍ୟକାରୀ ହେବ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ହେବ, ସେଥିପାଇଁ ଆମେ ଦିନରାତି ଏକ୍‍କରି କାମ କରିବୁ । ମୋର ଦୃଢ଼ ବିଶ୍ୱାସ ଆଗାମୀ ୫ ବର୍ଷ ଆମ ଯୁବଶକ୍ତି ପାଇଁ ବିପୁଳ ସମ୍ଭାବନାର ସମୟ ହେବ ।

ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ପାଇଁ ସମାଜରେ ଏକ ସ୍ଥାନ ହାସଲ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣ ମିଶନର ଏକ ଅଙ୍ଗ ଭାବେ ଆପଣମାନେ ସରକାରୀ ବ୍ୟବସ୍ଥାରେ ଯୋଗ ଦେଉଛନ୍ତି । ଆପଣମାନଙ୍କର ନିଷ୍ଠା, ସଚ୍ଚୋଟତା ଏବଂ ସେବା ଭାବ ଜନସାଧାରଣଙ୍କୁ ଜୀବନଧାରଣର ମାନରେ ଉନ୍ନତି ଆଣିବ । କିନ୍ତୁ, ସବୁବେଳେ ମନେରଖିବେ ଯେ, ଆମ ସରକାର ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଶାସନ ପ୍ରଶାସନ ଉପରେ ଗୁରୁତ୍ଵାରୋପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ନୀତି ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ଅଭିଯାନ ଜାରୀ ରହିବ ବୋଲି ପ୍ରକାଶ କରି ଏଥିପାଇଁ ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଶେଷରେ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ନିଜର ଆଗାମୀ କର୍ମମୟ ଜୀବନକୁ ସେବା, ସାଧନା ଓ ତପସ୍ୟା ମାଧ୍ୟମରେ ସଫଳ କରାନ୍ତୁ, ଏହାହିଁ ମୋର ଇଚ୍ଛା । ଆସନ୍ତୁ, ସମସ୍ତେ ମିଳିମିଶି ଏକ ସୁଦୃଢ, ସଶକ୍ତ ଓଡ଼ିଶା ଗଠନ କରିବା ଏବଂ ଯେତେବେଳେ ଆଉ ୧୨ ବର୍ଷ ପରେ ଆମ ରାଜ୍ୟ ଏହାର ପ୍ରତିଷ୍ଠାର ଏକ ଶହ ବର୍ଷ ପାଳନ କରିବ, ଆମେ ଏକ ବିକଶିତ ଓ ସମୃଦ୍ଧ ରାଜ୍ୟର ସ୍ଵାଭିମାନୀ ନାଗରିକ ହୋଇଥିବା ।

ସୂଚନାଯୋଗ୍ୟ ଯେ, ଆଜି ସ୍ୱାସ୍ଥ୍ୟ ବିଭାଗରେ ୨ ହଜାର ୭୫୩ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୧୨୫ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ପରିଷଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦରେ ୭୫ ଜଣ କନିଷ୍ଠ ସହାୟକ - ଏହିପରି ସମୁଦାୟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଏବଂ ୨୦ ଜଣ ସହାୟକ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗରେ କ୍ଷେତ୍ରରେ ୫୭ ଜଣ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୬୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ଜଣ, ଅର୍ଥ ବିଭାଗ ଅନ୍ତର୍ଭୁକ୍ତ ଲୋକାଲ୍ ଫଣ୍ଡ ଅଡିଟ୍‍ର ୧୩୦ ଜଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦୪ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩ ଜଣ ସହାୟକ ତାଲିମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ନବନିଯୁକ୍ତ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେଯେ ନିଯୁକ୍ତି କ୍ଷେତ୍ରରେ ଗତ ୮ ମାସ ମଧ୍ୟରେ ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି ଏବଂ ଆଗାମୀ ଦିନ ଗୁଡିକରେ ମଧ୍ୟ ସରକାର ନିଜ ପ୍ରତିଶ୍ରୁତି ପୂର୍ଣ୍ଣ କରିବେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ ଆଜିର ନବ ନିଯୁକ୍ତ ମାନଙ୍କ କାନ୍ଧରେ ଉତ୍କୃଷ୍ଟ କଳାର କ୍ଷେତ୍ର ଆମ ରାଜ୍ୟ ଓଡ଼ିଶା ଭବିଷ୍ୟତର ଉତ୍କର୍ଷ ଓଡ଼ିଶାରେ ଅଭିମୁଖେ ଯିବ ଏବଂ ମୋର ବିଶ୍ୱାସଯେ ନିଜର ସଚ୍ଚୋଟତା ବଳରେ ନିଜର କର୍ମମୟ ଜୀବନକୁ ରୁଦ୍ଧିମନ୍ତ କରିବେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓ ରାଜ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।

ଇତ୍ୟବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ଶ୍ରୀମତୀ ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags nijukti mela

Related articles Odisha News Lens 4.1

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ
    ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15384
    Sep 15, 2026
  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ
    ଦେଶ-ଦେଶାନ୍ତର

    ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ

    14005
    Sep 16, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14188
    Sep 15, 2026
  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14080
    Sep 15, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14901
    Sep 16, 2026
  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14928
    Sep 16, 2026
  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

    15456
    Sep 16, 2026
  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13361
    Sep 16, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13842
    Sep 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15384
    Sep 15, 2026
  • ଦେଶ-ଦେଶାନ୍ତର

    ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    13941
    Sep 16, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14080
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17097
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17778
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18169
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14541
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16162
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14693
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14003
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14810
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14315
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14080
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14708
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15043
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

    15456
    Sep 16, 2026
  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15384
    Sep 15, 2026
  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13361
    Sep 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In