ଦୀର୍ଘ ୫ ବର୍ଷ ପରେ ସୁଧ ହାର କମାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଦୀର୍ଘ ୫ ବର୍ଷ ପରେ ସୁଧ ହାର କମାଇଲା ରିଜର୍ଭ ବ୍ୟାଙ୍କ। ଏଥର ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି ସମୀକ୍ଷା (ଏମ୍ପିସି) ବୈଠକ ଆଜି ଶେଷ ହେବା ପରେ ଏନେଇ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।
ଶେଷଥର ପାଇଁ ୨୦୨୦ ମେ’ ମାସରେ ରିଜର୍ଭ ବ୍ୟାଙ୍କ ରୋପା ହାରରେ ୦.୪୦ ପ୍ରତିଶତ ହ୍ରାସ କରି ତାହାକୁ ୪% କରିଥିଲା। ତାହାର ଲକ୍ଷ୍ୟ ଥିଲା ଦେଶର ଅର୍ଥ ବ୍ୟବସ୍ଥାକୁ ଭୋକିଡ୍ ମହାମାରୀ ଏବଂ ଏହାପରେ ହୋଇଥିବା ଲକ୍ଡାଉନ୍ ଭଳି ସଙ୍କଟରୁ ମୁକୁଳାଇବା। ୨୦୨୨ ମେ’ ରୁଷ-ୟୁକେନ୍ ଯୁଦ୍ଧ ଯୋଗୁ ରେପୋ ହାରରେ ବୃଦ୍ଧି ଧାରା ଆରମ୍ଭ ହୋଇଥିଲା। ହେଲେ ଶେଷ ଥର ପାଇଁ ୨୦୨୩ ମେ’ ମାସରେ ରେପୋ ହାରରେ ବୃଦ୍ଧି ହୋଇଥିଲା। ବର୍ତ୍ତମାନ ରେପୋ ହାର ୬.୫ ପ୍ରତିଶତ ରହିଥିଲା, ଯାହାକୁ ଆଜି ୨୫ ବେସିକ ପଏଣ୍ଟ ହ୍ରାସ୍ କରାଯାଇଛି।
Powered by Froala Editor