ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି । ଓଡ଼ିଶା ଓ ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ନୌବାଣିଜ୍ୟର ଗାଥା ବହନ କରୁଥିବା କଟକ ବାଲିଯାତ୍ରା ସଂପର୍କରେ ଇଣ୍ଡୋନେସିଆ ଗସ୍ତବେଳେ ପିଏମ ମୋଦୀ ଅଭିଭାଷଣରେ ଉଲ୍ଲେଖ କରିଥିଲେ।
ଏସିଆ ମହାଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା । ପ୍ରତିବର୍ଷ କଟକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାନ୍ତି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଏ ।
ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଏବଂ ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି, ତା ଉପରେ ଆଲୋକପାତ କରିଥିଲେ ମୋଦି । ଐତିହାସିକ ବାଲିଯାତ୍ରା ଗତ ୨୦୨୨ ମସିହାରେ ଗିନିଜ ୱାର୍ଲଡ ରେକର୍ଡ ବି କରିଥିଲା । ମାତ୍ର ୩୫ ମିନିଟରେ ୨୨ ହଜାର କାଗଜ ଡଙ୍ଗା ତିଆରି କରି ବାଲିଯାତ୍ରା ରେକର୍ଡ କରିଥିଲା । ତା’ସହ ବିଭିନ୍ନ ମହଲରେ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ସପକ୍ଷରେ ମତ ପ୍ରକାଶ ପାଇବା ସହ ଦାବି ବି ଉଠିଥିଲା ।
Powered by Froala Editor