ବିରି ଅମାର ପାଇଁ ବାଉଁଶ ପୋଲ ତିଆରିଲେ ଗାଁଲୋକ

ପୋଲ ପାଇଁ ଦୀର୍ଘ ଦିନ ହେଲା ସରକାରଙ୍କୁ ଗୁହାରି କରି କରି ଥକିଗଲେ । ପ୍ରତିବର୍ଷ ହେଉଥିବା କ୍ଷତି ମଧ୍ୟ ଲୋକଙ୍କୁ ଅସହ୍ୟ କରୁଥିଲା । ଶେଷରେ ଏକଜୁଟ୍ ହୋଇ ନିଜ ପାଇଁ ଅଣ୍ଟା ଭିଡିଛନ୍ତି ଅମୃତମଣୋହିଁ ଗ୍ରାମର ଲୋକମାନେ । ହଁ ଗୁଡିଆଜୋର ଉପରେ ବାଉଁଶ ପୋଲ ତିଆରି କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅମୃତମଣୋହିଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠି, ଭକ୍ତଚରଣ ସେଠି, ଉଲ୍ଲାସ ଚନ୍ଦ୍ର ସେଠି, ହୃଷିକେଶ ସେଠି, ପଦ୍ମଚରଣ ସେଠି, ଅଧିକାରୀ ସେଠି, ମହେଶ୍ୱର ସେଠି, ଅମୀୟ ସେଠି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ବିରି ଅମାର କହିଲେ ପ;ାମୁଣ୍ଡାଇ ବ୍ଲକ୍ ଧୋୟାଞ୍ଚଳର ଅଣ୍ଢରା, ଅମୃତମଣୋହିଁ, ବଲୁରିଆ, ସିଂହଗାଁ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ ଆଦି ୭ ଗୋଟି ପଞ୍ଚାୟତ ଓ ଆଳି ବ୍ଲକ୍ର ୧୦ ଟି ପଞ୍ଚାୟତର ପ୍ରାୟ ୫୦ ଟି ଗ୍ରାମକୁ ବୁଝାଇଥାଏ । ଏହି ଅଞ୍ଚଳ ଚାଷୀମାନେ ପାରମ୍ପରିକ ବିରି ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷଜମି ଅତ୍ୟନ୍ତ ଉର୍ବର ହୋଇଥିବାରୁ, ବାରମ୍ୱାର ପ୍ରାକୃତିକ ଦୁର୍ବିପାକକୁ ଖାତିର ନକରି ଚାଷୀ ବିରି ଫସଲ କରିଥାନ୍ତି ।
ବର୍ତ୍ତମାନ ଗୁଡ଼ିଆଜୋର ଉତ୍ତରପାଶ୍ୱର୍ ଦ୍ୱିପାଞ୍ଚଳରେ ପ୍ରାୟ ୫ଶହ ହେକ୍ଟର ଚାଷ ଜମି ରହିଛି । ଏଠାରେ ଏକ ପୋଲ ନିର୍ମାଣ ପାଇଁ ୫ ବର୍ଷ ତଳେ ଡ୍ରେନେଜ୍ ବିଭାଗ ପକ୍ଷରୁ ସର୍ଭେ ହୋଇଥିଲେ ହେଁ କୌଣସି ଅଗ୍ରଗତି ନାହିଁ । ଚାଷୀମାନେ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଦାବି କଲା ପରେ ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାନି ସର୍ଭେ କରାଯାଇଛି । ଏବେ ବିରି ଅମଳ ସମୟ ଚାଲିଥିବାରୁ ଚାଷୀମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଶେଷରେ ଚାଷୀମାନେ ଏକଜୁଟ୍ ହୋଇ ଏଠାରେ ବାଉଁଶରେ ଏକ ପୋଲ ନିର୍ମାଣ କରିଛନ୍ତି ।
Powered by Froala Editor