୨ ଥର ଛାଡ଼ପତ୍ର ପରେ ବେଙ୍ଗାଲୁରୁ ମହିଳାଙ୍କ ପ୍ରେମରେ ଆମୀର ଖାନ୍

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କର ଦୁଇଥର ଛାଡପତ୍ର ହୋଇଛି। ଏବେ କୁହାଯାଉଛି ଯେ, ତାଙ୍କ ଜୀବନରେ ପ୍ରେମ ପୁଣି ଥରେ ପ୍ରବେଶ କରିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। ରିପୋର୍ଟ ଅନୁସାରେ, ଆମୀର ବେଙ୍ଗାଲୁରୁର ଜଣେ ୫୯ ବର୍ଷୀୟା ମହିଳାଙ୍କ ସହିତ ରିଲେସନଶିପରେ ଅଛନ୍ତି ।
ବାଙ୍ଗାଲୋରର ମହିଳାଙ୍କୁ ସେ ପସନ୍ଦ କରିବା ପରେ ନିକଟରେ ତାଙ୍କୁ ନିଜ ପରିବାର ସହ ଭେଟ କରାଇଛନ୍ତି। ପରିବାରଲୋକେ ଦୁହିଁଙ୍କ ସମ୍ପର୍କରେ ଖୁସି ଅଛନ୍ତି। ଅର୍ଥାତ ସେମାନଙ୍କ ତରଫରୁ ତାଙ୍କୁ ଗ୍ରିନ୍ ସିଗ୍ନାଲ ମିଳିସାରିଛି। ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ସମ୍ପର୍କରେ କୌଣସି ଅପଡେଟ୍ ଆସିନାହିଁ।
ସୂଚନାନୁଯାୟୀ, ଆମୀରଙ୍କର ପୂର୍ବରୁ ଦୁଇଥର ଛାଡପତ୍ର ହୋଇସାରିଛି। ଏହି ଅଭିନେତା ୧୯୮୬ରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଅଭିନେତାଙ୍କର ତାଙ୍କଠାରୁ ଦୁଇଟି ସନ୍ତାନ ଥିଲେ, ଜୁନୈଦ ଖାନ ଏବଂ ଆୟରା ଖାନ। ୧୬ ବର୍ଷ ପରେ, ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଗଲେ। ଏହା ପରେ ଅଭିନେତା କିରଣ ରାଓଙ୍କୁ ବିବାହ କରିଥିଲେ। ଉଭୟଙ୍କର ଆଜାଦ ନାମକ ଏକ ପୁଅ ଅଛି। କିନ୍ତୁ ସେମାନଙ୍କର ମଧ୍ୟ ୨୦୨୧ରେ ଛାଡପତ୍ର ହୋଇଥିଲା।
Powered by Froala Editor