ସ୍ଵାମୀ-ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ଅନୁଗୁଳ : ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଅନୁଗୁଳ ପୋକତୁଙ୍ଗା ରଗଡି ସାହିରେ ଏକ ଫାର୍ମ ହାଉସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାରେ ଶ୍ରମିକ ଭାବେ କାମ କରୁଥିବା ଦୁଇ ସ୍ଵାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଗୋଡିମୁଣ୍ଡା ଗାଁର ସୁର ପ୍ରଧାନ (୩୫ ବର୍ଷ) ଏବଂ ସୁକାନ୍ତି ପ୍ରଧାନ (୩୧ ବର୍ଷ) ରଗଡି ସାହିରେ ଏକ ଫାର୍ମ ହାଉସରେ ଶ୍ରମିକ ଭାବରେ କାମ କରୁଥିଲେ। କୌଣସି କାରଣବଶତଃ ଦୁହିଁଙ୍କର ମୃତ୍ୟୁ ଘଟିଛି। ଅନଗୁଳ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ବିଦ୍ୟୁତ୍ ଆଘାତ ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
Powered by Froala Editor