ଓଲଟିଲା ବସ୍, ୨ ମୃତ, ୩୦ ଆହତ
ଅନୁଗୋଳ: ବସ୍ ଓଲଟି ଚାଲିଗଲା ୨ ଜୀବନ। ଆହତ ହୋଇଛନ୍ତି ୩୦ ଜଣ। ଅନୁଗୋଳ ଜିଲ୍ଲା ସମଲ ଥାନା ଗହମ ସେବାଶ୍ରମ ପାଖରେ ଘଟିଛି ଏହି ଦୁର୍ଘଟଣା। ବସ୍ଟି ପାଲଲହଡ଼ାରୁ ତାଳଚେର ଅଭିମୁଖେ ଯାଉଥିଲା। ବସ୍ରେ ପ୍ରାୟ ୫୫ରୁ ୬୦ ଜଣ ଯାତ୍ରୀ ଥିଲେ। ବସ୍ଟି ଗହମ ସେବାଶ୍ରମ ପାଖରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା। ବସ୍ଟି ଦ୍ରୁତଗତିରେ ଯାଉଥିଲା ବୋଲି ଜଣେ ଆହତ ଯାତ୍ରୀ କହିଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାକୁ ପଠାଇଥିଲା। କିଛି ଆହତଙ୍କୁ ନିକଟସ୍ଥ ଗୁଡ଼ିବନ୍ଧ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଛି।
Powered by Froala Editor