ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଏବଂ ବଖାଣୁଛି ଶୌର୍ଯ୍ୟ ବୀରତ୍ଵର ଗାଥା। ବନ୍ଦେ ମାତରମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ। ଏହି ପବିତ୍ର ଦିନରେ ଆଜି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଆଜି ଆମେ ଆମର ଗୌରବଶୀଳ ଗଣତନ୍ତ୍ରର ୭୬ତମ ଦିବସ ପାଳନ କରୁଛୁ। ଏହି ରାଷ୍ଟ୍ରୀୟ ଉତ୍ସବ ଆମ ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରିବା ସହ ଏକ ସଶକ୍ତ ଏବଂ ସମୃଦ୍ଧ ଭାରତ ତିଆରି କରିବା ଦିଗରେ ଆମର ପ୍ରୟାସକୁ ମଜବୁତ୍ କରୁ , ଏହା ହିଁ କାମନା।
Powered by Froala Editor