ବିଜେଡି ଭାଙ୍ଗିଲା ପ୍ରମୁଖ ସଂଗଠନ
ଭୁବନେଶ୍ବର: ବିଜୁ ଜନତା ଦଳର ବିଭିନ୍ନ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇ ନୂଆ କର୍ମକର୍ତ୍ତା ନିର୍ବାଚିତ ହେବେ। ଏହା ପୂର୍ବରୁ ପ୍ରମୁଖ ସଂଗଠନଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ବିଭିନ୍ନ ସଂଗଠନକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ପ୍ରମୁଖ ସଂଗଠନଗୁଡ଼ିକ ମଧ୍ୟରେ ରହିଛି। ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।
Powered by Froala Editor