ଅକ୍ଟୋବର-ନଭେମ୍ବର ବେଳକୁ ଆସିପାରେ ତୃତୀୟ ଲହର

ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ । ଯଦି କୋଭିଡ୍-ଉପଯୁକ୍ତ ଆଚରଣ ଅନୁସରଣ ନହୁଏ, ତେବେ ଏଭଳି ସ୍ଥିତି ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୋଭିଡ ମଡେଲିଂ ଦାୟିତ୍ୱରେ ଥିବା ଏକ ସରକାରୀ ପ୍ୟାନେଲର ବୈଜ୍ଞାନିକ । ତେବେ ସେ କହିଛନ୍ତି ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଏତେ ଭୟାନକ ହେବାର ସମ୍ଭାବନା କମ୍।
ଏହା ସହିତ ସେ କହିଛନ୍ତି ଯେ, ତୃତୀୟ ଲହର ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ସଂଖ୍ୟା କମ୍ ହୋଇପାରେ। ତେବେ ଏହି ସମୟରେ କୋଭିଡ ସଂକ୍ରମଣ ନୂଆ ବିପଦ ଆଣିପାରେ। ସେ କହିଛନ୍ତି ଯେ ଯଦି କୋଭିଡର ନୂଆ ଭାରିଆଣ୍ଟ ଆସିବ ତାହେଲେ ତୃତୀୟ ଲହରକୁ ବଳ ଯୋଗାଇପାରେ।
ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଗାଣିତିକ ମଡେଲ ସୂତ୍ରରୁ କରୋନାର ତୃତୀୟ ଲହର ବାବଦରେ ଆକଳନ କରିଛନ୍ତି। ତାଙ୍କ ଗାଣିତିକ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରୁ କରୋନାର ତୃତୀୟ ଲହର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତାଙ୍କ କହିବାନୁସାରେ, ନଭେମ୍ବର ୧ ରୁ ସଂକ୍ରମଣର ବେଗ ଅଧିକ ରହିବ। କିନ୍ତୁ ନଭେମ୍ବର ୧୫ସୁଦ୍ଧା ସଂକ୍ରମିତ ଲୋକଙ୍କ ଗ୍ରାଫ ତଳକୁ ଆସିବା ଆରମ୍ଭ କରିବ।
ଅଗ୍ରୱାଲ କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟିକାକରଣର ପ୍ରଭାବ ଏବଂ ନୂଆ ଭାରିଆଣ୍ଟ ଆସିବାର ସମ୍ଭାବନାକୁ ନେଇ ଆମେ ତୃତୀୟ ଲହର ବିଷୟରେ ଏବେଠାରୁ କହିପାରୁଛୁ, ଯାହା ଦ୍ୱିତୀୟ ତରଙ୍ଗର ମଡେଲିଂ କରିବା ସମୟରେ କରାଯାଇ ନଥିଲା।
Powered by Froala Editor