ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ନୂତନ ହିତାଧିକାରୀ ଚୟନ ସର୍ଭେର ଶୁଭାରମ୍ଭ
ଭୁବନେଶ୍ୱର: ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନସିଂହପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ରାଜ୍ୟ ସ୍ତରୀୟ ଶୁଭାରମ୍ଭ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ। ଶୁକ୍ରବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ନାୟକ ଉକ୍ତ ଗ୍ରାମରେ ପହଁଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସେହି ଗ୍ରାମର ୫ ଜଣ ନୂତନ ହିତାଧିକାରୀଙ୍କ ମୋବାଇଲ ଆପ୍ ରେ ସର୍ଭେ କରାଯାଇଥିଲା। ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଏହି ନୂତନ ଆପ୍ ବ୍ୟବହାରର କୌଶଳ ଓ ଏହାର ଫାଇଦା ସମ୍ପର୍କରେ ବୁଝାଇଥିଲେ। ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ସମ୍ବିତ୍ ପାତ୍ର, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ଜିଲାପାଳ ଓ ଅନ୍ୟନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହାପରେ ସାତସଂଖ ମେଳଣ ପଡିଆଠାରେ ଅୟୋଜିତ ସମାବେଶରେ ମନ୍ତ୍ରୀ ଯୋଗ ଦେଇଥିଲେ।
Powered by Froala Editor