ହସ୍ପିଟାଲରେ ଭର୍ତ୍ତି ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି। ବିଳମ୍ବିତ ରାତିରେ ସେ ଡାକ୍ତର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି। ସେ ଅନୁଷ୍ଠାନର ଚିକିତ୍ସା ବିଭାଗର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି କଲ୍ୟାଣ ସିଂ ।
ଅନୁଷ୍ଠାନର ମୁଖପାତ୍ର ଡକ୍ଟର ଶ୍ରୀକେଶ ସିଂଙ୍କ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। ଗତ ସପ୍ତାହରେ ତାଙ୍କୁ ଲୋହିଆ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରେ ପହଞ୍ଚିବା ପରେ ସେ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଉନ୍ନତ ଚିକିତ୍ସା ପାଇଁ ସେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୮୯ ବର୍ଷୀୟ କଲ୍ୟାଣ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ସେ ସଂକ୍ରମିତ ହୋଇଥିଲେ। ସଂକ୍ରମଣର ଶିକାର ହେବା ପରେ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ଥିତି ସ୍ଥିର ହେବା ପରେ କଲ୍ୟାଣ ସିଂଙ୍କ ପରିବାର ସଦସ୍ୟ ତାଙ୍କୁ କୌଶମ୍ବୀର ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ମାସକ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।
Powered by Froala Editor