ଏଲଆଇସି ହାଉସିଂ ଫାଇନାନ୍ସ କମାଇଲା ଗୃହ ଋଣ ସୁଧ ହାର
ମୁମ୍ବାଇ:ଏଲଆଇସି ହାଉସିଂ ଫାଇନାନ୍ସ ଲିମିଟେଡ ଗ୍ରାହକଙ୍କ ପାଇଁ ଗୃହ ଋଣ ସୁଧ ହାର ୮.୯୦ ପ୍ରତିଶତରୁ ୬.୬୬ ପ୍ରତିଶତକୁ କମାଇ ଦେଇଛି । ବେତନଭୋଗୀମାନେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉକ୍ତ ସୁଧ ହାରରେ ନେଇପାରିବେ । କମ୍ପାନି ପକ୍ଷରୁ କୁହାଯାଇଛି ଯେଉଁ ନୂଆ ଗ୍ରାହକ ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ସେମାନଙ୍କ ଋଣ ମଞ୍ଜୁର କରାଇବେ ଏବଂ ସେପ୍େଟମ୍ବର ୩୦ ସୁଦ୍ଧା ଋଣ ଅର୍ଥ ପାଇବେ ସେମାନଙ୍କୁ ଏହି ସୁବିଧା ମିଳିବ । କରୋନା ମହାମାରୀ ପରିପ୍ରେକ୍ଷୀରେ ବଜାରରେ ଉନ୍ନତି ଆଣିବା ଏବଂ ଲୋକଙ୍କୁ ନିଜ ଘର ତିଆରି କରିବାର ସ୍ୱପ୍ନ ପୂରଣ କରିବା ପାଇଁ ସୁଧ ହାର ହ୍ରାସ କରାଯାଇଛି ବୋଲି କମ୍ପାନିର ଏମଡି ତଥା ସିଇଓ ବିଶ୍ୱନାଥ ଗୌଡ଼ କହିଛନ୍ତି ।
Powered by Froala Editor