ଏମିତି ସ୍ୱାମୀ...ସ୍ତ୍ରୀର ଅଶ୍ଳୀଳ ଭିଡିଓ ବାପଘରକୁ ପଠାଉଥିଲା

ଯାଜପୁର ଜିଲ୍ଳା କୁଆଖିଆ ଥାନା ମାନପୁର ଗାଁରୁ ଆସିଛି ଲଜ୍ଜାକର ଘଟଣା । ସ୍ତ୍ରୀର ଅଶ୍ଳୀଳ ଭିଡିଓ ଶ୍ୱଶୁର ଘରକୁ ପଠାଇ ସ୍ୱାମୀ ଗିରଫ ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିର୍ଯାତନା ସହି ନପାରି ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ସତ୍ୟବ୍ରତକୁ ଗିରଫ କରିଛି କୁଆଖିଆ ଥାନା ପୁଲିସ।
୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତ ପଣ୍ଡାଙ୍କୁ ବିବାହ କରିଥିଲେ ଅଭିଯୋଗକାରିଣୀ ମହିଳା। ବିବାହ କିଛି ଦିନ ଭଲରେ ଚାଲିଥିଲା ସଂସାର। ହେଲେ ପରେ ସ୍ୱାମୀ ସତ୍ୟବ୍ରତର ଅତ୍ୟାଚାର ଧୀରେ ଧୀରେ ବଢ଼ି ଯାଇଥିଲା। ମାଡ଼ ମାରିବା ସହ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଶ୍ୱଶୁର ଘରକୁ ପଠାଉଥିଲା ସ୍ୱାମୀ। କେବଳ ଏତିକି ନୁହେଁ, କିଛି କହିଲେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲା। ସ୍ୱାମୀର ଏଭଳି କାମରେ ଅତିଷ୍ଠ ହୋଇ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛି ।
Powered by Froala Editor