ରିଜର୍ଭ ବ୍ୟାଙ୍କ ବଦଳାଇଲା ନିୟମ, ଜାଣି ରଖନ୍ତୁ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ମିଆଦୀ ଜମା ବା ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ନିୟମକୁ ବଦଳାଇ ଦେଇଛି । ଏହାଫଳରେ ଯେଉଁ ଅବଧି ପାଇଁ ଆପଣ ବ୍ୟାଙ୍କରେ ଟଙ୍କା ଜମା ରଖିଛନ୍ତି ତାହା ପରେ ଯଦି ଟଙ୍କା ନଉଠାଇବେ ତାହେଲେ ସେହି ରାଶି ଉପରେ କମ ସୁଧ ମିଳିବ । ସଞ୍ଚୟ ଜମା ଉପରେ ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରୁଥିବା ସୁଧ କିମ୍ବା ମିଆଦୀ ଜମା ଉପରେ ମିଳୁଥିବା ସୁଧ (ଯେଉଁଟି କମ୍) ତାହା ଗ୍ରାହକଙ୍କୁ ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଶୁକ୍ରବାର ଏକ ସର୍କୁଲାର ଜାରି କରାଯାଇଛି । ନୂଆ ନିୟମ ସବୁ ବାଣିଜି୍ୟକ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଅର୍ବାନ କୋଅପରେଟିଭ ବ୍ୟାଙ୍କ, ଲୋକାଲ ଏରିଆ ବ୍ୟାଙ୍କ, ଷ୍ଟେଟ କୋଅପରେଟିକ ବ୍ୟାଙ୍କ ଏବଂ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ । ଉଦାହରଣ ସ୍ୱରୂପ ଆପଣଙ୍କ ମିଆଦୀ ଜମାର ଅବଧି ଆସନ୍ତା ୧୦ ତାରିଖରେ ଶେଷ ହେବ । ତେଣୁ ଏହି ଅବଧି ପରେ ଆପଣଙ୍କୁ ଟଙ୍କା ଉଠାଇବାକୁ ପଡ଼ିବ । ନଚେତ ଆପଣ କ୍ଷତି ସହିପାରନ୍ତି । ସାଧାରଣତଃ ସଞ୍ଚୟ ଜମା ଉପରେ ବ୍ୟାଙ୍କ ଗୁଡ଼ିକ ମିଆଦୀ ଜମା ତୁଳନାରେ କମ୍ ସୁଧ ଦେଇଥାନ୍ତି । ତେଣୁ ମିଆଦୀ ଜମା ଉପରେ ସଞ୍ଚୟ ଜମା ହାରରେ ସୁଧ ମିଳିବ । ତେଣୁ ମିଆଦୀ ଜମା ଉପରେ ଅଧିକ ସୁଧ ପାଇବା ପାଇଁ ହେଲେ ଅବଧି ସରିବା ପରେ ବ୍ୟାଙ୍କ ଯାଇ ଗ୍ରାହକମାନେ ତାହାର ନବୀକରଣ କରାଇ ନେବା ଆବଶ୍ୟକ । ଅଧିକାଂଶ ବ୍ୟକ୍ତି ମିଆଦୀ ଜମାକୁ ପସନ୍ଦ କରନ୍ତି ।
Powered by Froala Editor