ଉଦ୍ଘାଟିତ ହେଲା ସୋନମାର୍ଗ ଟନେଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ସୁଡ଼ଙ୍ଗର ଉଦ୍ଘାଟନ କରିଛନ୍ତି। ଏହି ଟନେଲ ଦ୍ୱାରା ଉପକୃତ ହେବେ ଲଦାଖବାସୀ। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ।
ସୂଚନା ଅନୁଯାୟୀ, ୨୭୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିବାପରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ଭିତରକୁ ଯାଇ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।
Z ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି। ଏହା ସମୁଦ୍ର ପତ୍ତନରୁ ୮ ହଜାର ୬୫୦ ଫୁଟ୍ ଉଚ୍ଚରେ ରହିଛି। ବର୍ଷ ତମାମ ବରଫ ଭିତରେ ଫସୁଥିଲେ ପର୍ଯ୍ୟଟକ। ଟନେଲ୍ ହେବା ଦ୍ୱାରା ଚଳାଚଳ ସୁଗମ ହେବ। ଏଥିସହ ପର୍ଯ୍ୟଟନ ଓ ବ୍ୟବସାୟକୁ ମଧ୍ୟ ଦ୍ରୁତ ଗତିରେ ବଢ଼ାଇବାକୁ ଏହି ଟନେଲ ସହାୟକ ହେବ। ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ।
Powered by Froala Editor