ବିଜ୍ଞପ୍ତି ପ୍ରକାଶ : ୧୫ରେ ହେବନି ନେଟ୍ ପରୀକ୍ଷା
ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଇଁ ଜାନୁଆରୀ ୧୫ତାରିଖରେ ହେବାକୁ ଥିବା ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଏହି ତାରିଖରେ ପାଳନ ହେବାକୁ ଥିବା ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ଆଧିକାରୀକ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜୁନିୟର ରିସର୍ଚ୍ଚ ଫେଲୋଶିପ୍ ପାଇଁ ଚୟନ ଏବଂ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ଯୋଗ୍ୟତା ନିରୂପଣ ନିମନ୍ତେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ପୋଙ୍ଗଲ ସମେତ ବିଭିନ୍ନ ରାଜ୍ୟରେ ଫସଲ ଅମଳକାଳୀନ ଉତ୍ସବ କାରଣରୁ ଏନ୍ଇଟି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ।
ଖୁବଶୀଘ୍ର ଏହି ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ଅନ୍ୟପଟେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।
ଏନଟିଏ ଏହାର ଆଧିକାରୀକ ୱେବସାଇଟରେ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ଏହି ୱେବସାଇଟରେ ପରୀକ୍ଷାର ନୂଆ ତାରିଖ ଉପଲବ୍ଧ ହେବ।
Powered by Froala Editor