କ୍ରାଉଡଫଣ୍ଡିଂ ଜରିଆରେ ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟି(ଆପ୍)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତିରବିବାର ଦିନ କାଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅତିଶୀ ନିର୍ବାଚନ ଲଢ଼ିବାକୁ ୪୦ ଲକ୍ଷ ଟଙ୍କା ସହାୟତା ପାଇଁ ପାଣ୍ଠି ଯୋଗାଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ କାର୍ଯ୍ୟ ଏବଂ ସଚ୍ଚୋଟତା ରାଜନୀତିକୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି।
ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅତିଶୀ ଏକ ଅନଲାଇନ୍ ଲିଙ୍କ୍ ପ୍ରକାଶ କରି ଲୋକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କହିଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ୪୦ ଲକ୍ଷ ଟଙ୍କା ଦରକାର ବୋଲି ସେ କହିଛନ୍ତି।
ଆତିଶୀ ଏକ୍ସ’ରେ ଲେଖିଛନ୍ତି, ଆମେ ଏକତ୍ର ହୋଇ ପ୍ରଗତି ଏବଂ ଆଶାର ଏହି ଯାତ୍ରାକୁ ଜାରି ରଖିପାରିବା। ଆପଣମାନଙ୍କ ବିଶ୍ଵାସ ଏବଂ ଦାନ ମୋତେ ଜଣେ ଯୁବ ଓ ଶିକ୍ଷିତ ମହିଳା ଭାବେ ରାଜନୀତିରେ କ୍ୟାରିୟର କରିବାକୁ ସୁଯୋଗ ଦେଇଛି। ଏହା ଏପରି ଏକ ରାସ୍ତା ଯେଉଁଥିରେ ମୁଁ ଏକୁଟିଆ ଚାଲିାପରିବି ନାହିଁ। ବର୍ତ୍ତମାନ ଯେହେତୁ ଆମେ ଆଉ ଏକ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛୁ, ଏଥିପାଇଁ ମୁଁ ପୁନର୍ବାର ଆପଣମାନଙ୍କ ସମର୍ଥନ ଆବଶ୍ୟକ କରୁଛି ବୋଲି ଆତିଶୀ ଲେଖିଛନ୍ତି।
Powered by Froala Editor