ଦଳିତ ଝିଅର ଦରଦ : ୫ ବର୍ଷରେ ୬୪ ଜଣ କରିଛନ୍ତି ଯୌନ ଶୋଷଣ
କେରଳର ଜଣେ ୧୩ ବର୍ଷୀୟ ଦଳିତ ନାବାଳିକା ଦାବି କରିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କୁ ୬୪ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ତାଙ୍କର ଏପରି ଅଭିଯୋଗ ପରେ ଏବେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ନାବାଳିକାଙ୍କ ମୁହଁରୁ ଏକଥା ଶୁଣିବା ପରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ଅଭିଯୋଗ ପରେ ପଠନମଥିଟ୍ଟା ପୁଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏବେ ଝିଅଟିକୁ ୧୮ ବର୍ଷ ହେବା ପରେ ସ୍କୁଲ କାଉନସେଲିଂରେ ସାହାସ କରି ସେ ନିଜର ଯନ୍ତ୍ରଣାଦାୟକ କାହାଣୀ ବଖାଣିଛି। ଯାହାକୁ ଶୁଣି ଲୋକଙ୍କ ଲୋମ ଟାଙ୍କୁରି ଉଠିଛି। ଝିଅ ଦାବି କରିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କୁ ୬୪ ଜଣ ଲୋକ ଦୁଷ୍କର୍ମ କରିଛନ୍ତି।
ସିଡବ୍ଲୁସିର ହସ୍ତକ୍ଷେପ ପରେ ପୀଡ଼ିତା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପଡ଼ୋଶୀ ତାଙ୍କ ସହିତ ମାତ୍ର ୧୩ ବର୍ଷ ବୟସରେ ନିର୍ଯାତନା ଆରମ୍ଭ କରିଥିଲେ। ସ୍କୁଲରେ କ୍ରୀଡାରେ ସକ୍ରିୟ ଥିବାରୁ ତାଲିମ ଅଧିବେଶନ ସମୟରେ ମଧ୍ୟ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଏହାପରେ ସ୍କୁଲର ସହପାଠୀ ଥିବା ଜଣେ ପୁଅ ତାଙ୍କର ଯୌନ ଶୋଷଣ କରିଥିଲେ। ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କର ଯୌନ ଶିକାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ପୁଲିସ କହିଛି ଯେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନିଆଯାଇଛି। ଝିଅଟିର ଏକ ବିସ୍ତୃତ ବୟାନ ରେକର୍ଡ କରାଯିବ।
Powered by Froala Editor