ଲସ୍ଏଞ୍ଜେଲ୍ସ ଜଙ୍ଗଲ ନିଆଁରେ ସହର ଛାରଖାର, ୧୧ ଜଣଙ୍କ ମୃତ୍ୟୁ
ଲସ୍ଏଞ୍ଜେଲ୍ସ ଜଙ୍ଗଲ ନିଆଁରେ ସହରର ଅନେକ ଅଂଚଳ ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ହଜାରରୁ ଅଧିକ ଘର ଜଳି ଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଫିସ ପକ୍ଷରୁ ଆଶଙ୍କା କରାଯାଉଛି। ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି ।
ଆଲ୍ଟାଡେନା ଏବଂ ପାସାଡେନାରେ ୧୩,୬୯୦ ଏକର ଅଂଚଳର ଜଙ୍ଗଲ ଜଳିଯାଇଛି ଏବଂ ହଜାର ହଜାର ନିର୍ମାଣ ନଷ୍ଟ ହୋଇଯାଇଛି। ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲସ୍ଏଞ୍ଜେଲ୍ସ ଓ ଭେଣ୍ଟୁରା କାଉଣ୍ଟି ସୀମା ନିକଟରେ ୯୬୦ ଏକର ଜଙ୍ଗଲ ଜଳି ଯାଇଛି।
ତେବେ ବନାଗ୍ନି ମଧ୍ୟରେ ଲୁଟ୍ ଘଟଣା ମଧ୍ୟ ବଢ଼ିଛି। ଏଭଳି ମାମଲାରେ ପୁଲିସ ୨୦ରୁ ଅଧିକ ଲୁଟେରାଙ୍କୁ ଗିରଫ କରିଛି। ଏଥିପାଇଁ କର୍ଫ୍ୟୁ ଘୋଷଣା କରାଯାଇଛି। ପାଣିପାଗ ସେବା ପକ୍ଷରୁ ସତର୍କ କରାଯାଇଛି ଯେ ଦକ୍ଷିଣ କାଲିଫର୍ଣ୍ଣିଆରେ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଅଧିକାରୀମାନେ କହିଛନ୍ତି, ଆଗକୁ ମୃତ୍ୟୁସଂଖ୍ୟା ବହୁତ ବଢ଼ିବ କାରଣ ଅଗ୍ନି ନିର୍ବାପକ ଦଳ ଅନେକ ସ୍ଥାନରେ ଏଯାବତ ପହଞ୍ଚି ପାରିନାହାନ୍ତି। ହଲିଉଡ୍ର ଅନେକ ହାଇ ପ୍ରୋଫାଇଲ୍ ସେଲିବ୍ରିଟିଙ୍କ ଘର ସଂପୂର୍ଣ୍ଣ ଜଳିଯାଇଛି।
Powered by Froala Editor