ଦୁଃଖଦ : ହୃଦ୍ଘାତରେ ଟଳିପଡ଼ିଲେ ୮ ବର୍ଷର ଛାତ୍ରୀ
ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି। ସ୍କୁଲ ପରିସରରେ ଜଣେ ୩ୟ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଭାବବିହ୍ବଳ କରୁଛି।
ସୂଚନାନୁଯାୟୀ, ଅହମ୍ମଦାବାଦର ଥଲତେଜ ଅଞ୍ଚଳରେ ଥିବା ଜେବର ସ୍କୁଲ ଫର୍ ଚିଲ୍ଡ୍ରେନ୍ରେ ୮ ବର୍ଷୀୟ ଛାତ୍ରୀ ଗାର୍ଗି ରାନପାରାଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି। ସେ ସକାଳ ସାଢ଼େ ୭ଟାରେ ଅଟୋ ରିକ୍ସାରେ ସ୍କୁଲରେ ପହଞ୍ଚିଥିଲେ। ନିଜ ବ୍ୟାଗ୍ ଏବଂ ଟିଫିନ୍ ବାକ୍ସ ଧରି ପିଲାଟି କୋରିଡରରେ ଥିବା ବେଳେ ଅସହଜ ଅନୁଭବ କରୁଥିଲେ। ପରେ ସେ ସେଠାରେ ଥିବା ଏକ ଚଉକି ଉପରେ ବସିଥିଲେ। ଏହାର ୮ ସେକେଣ୍ଡ ମଧ୍ୟରେ ଛାତ୍ରୀଜଣଙ୍କ ତଳେ ପଡ଼ି ଯାଉଥିଲେ। ନିକଟରେ ଉପସ୍ଥିତ ମହିଳା କର୍ମଚାରୀ ତାଙ୍କୁ ଦେଖିବା ପରେ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟରୁ ତାଙ୍କ ମୃତ୍ୟୁ ହୃଦ୍ଘାତରୁ ହୋଇଥିବା କୁହାଯାଉଛି। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଛାତ୍ରୀଙ୍କ କୌଣସି ରୋଗ ନ ଥିବା ଜଣାପଡ଼ିଥିଲା।
ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଗାର୍ଗିଙ୍କୁ ହସ୍ପିଟାଲ ନେବା ବେଳେ ସେ ଜୀବିତ ରହିଥିଲେ। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ହେଲେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।
Powered by Froala Editor