ନିଜ ରିଭଲଭରରେ ନିଜକୁ ଗୁଳି କରି ଦେଲେ ଯବାନ
ଗୁରୁବାର ସନ୍ଧ୍ୟାରେ ରାଉରକେଲାରେ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍ଏଫ୍ ଯବାନ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଘଟିଛି ଏହି ଘଟଣା। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯବାନ କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ଜଣାପଡି ନାହିଁ।
ଅଭିନନ୍ଦ ପି କେ ଗତକାଲି ନାଇଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ। ଗୁରୁବାର ତାଙ୍କ ଡ୍ୟୁଟି ଶେଷ ହୋଇଥା’ନ୍ତା। ତେବେ ତା’ ପୂର୍ବରୁ ଘଟିଗଲା ଏଭଳି ଏକ ଘଟଣା। ଅଭିନନ୍ଦ ପି କେ ମୁତୟନ ହୋଇଥିବା ସ୍ଥାନରେ ପାଟ୍ରୋଲିଂ ଅଧିକାରୀ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ଥ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ଟାଙ୍ଗରପାଲି ଥାନାକୁ ଖବର ଦିଆଯାଇଥିଲା। ଟାଙ୍ଗରପାଲି ଥାନା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବକୁ ଜବତ କରିଥିଲା।
Powered by Froala Editor