ଲବଙ୍ଗର ଚମତ୍କାରୀ ଲାଭ
ପ୍ରତ୍ୟେକଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ମଧ୍ୟରେ ଲବଙ୍ଗ ନିଶ୍ଚୟ ସାମିଲ ରହିଥାଏ । କେବଳ ଖାଦ୍ୟର ସ୍ୱାଦକୁ ଏହା ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆୟୁର୍ବେଦରେ ଲବଙ୍ଗକୁ ଜଡିବୁଟ୍ଟୀ ଭାବେ ବ୍ୟବହାର କରାଯାଏ । ଲବଙ୍ଗରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମୁଖ୍ୟତଃ ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ, ଇ, ବି୬, କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଜିଙ୍କ୍, ଆଇରନ ଆଦି ରହିଛି । ଯାହା ଶରୀର ପାଇଁ ବେଶ ଲାଭଦାୟକ । ତେବେ ଏହାକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ସେବନ କଲେ ଏହାର ଔଷଧୀୟ ଗୁଣ ଅଧିକ ମିଳିବା ସହ ଶରୀରକୁ ନିରୋଗ ରଖିବାରେ ସହାୟକ ହେବ । ଜାଣନ୍ତୁ..
ଶୀତ ଦିନରେ ଅଧିକାଂଶ ସମୟରେ ଥଣ୍ଡା, କାଶ, ଗଳାରେ ଯନ୍ତ୍ରଣା, ଜ୍ୱର ଆଦି ହୋଇଥାଏ । ଏସବୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାତିରେ ଭୋଜନ ପରେ ଏକ ଚାମଚ ମହୁରେ ଅଳ୍ପ କିଛି ଲବଙ୍ଗ ଗୁଣ୍ଡ ମିଶାଇ ଏହାର ସେବନ କରନ୍ତୁ । ଏହା ଦ୍ୱାରା ଥଣ୍ଡା,କାଶ ଆଦି ସମସ୍ୟା ଦୂର ହୋଇଥାଏ । ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।
କୋଷ୍ଠକାଠିନ୍ୟ, ଡାଇରିଆ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗକୁ ଉଷୁମ ପାଣିରେ ପକାଇ ଏହାର ସେବନ କରନ୍ତୁ । ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।
ଦାନ୍ତ, ଦାନ୍ତ ମାଢି ଯନ୍ତ୍ରଣା ହେଉଥିଲେ ୨ଟି ଲବଙ୍ଗକୁ ନିୟମିତ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ । ଏହାଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ ।
Powered by Froala Editor