ଝିଅ ବଞ୍ଚିଛି, କିନ୍ତୁ ପିଣ୍ଡ ଦାନ କରିବେ ବାପା ମା’
କୁମ୍ଭ ମେଳାର ମହାତ୍ମ୍ୟ ଅନେକ । ଏହି ମେଳା ବଡ ଚମତ୍କାର ଠାରୁ କମ୍ ନୁହେଁ । ସାଧୁ ସନ୍ଥଙ୍କ ଏହି ବିଶାଳ ମେଳାରେ ଭାବୁକ ହେଲା ଭଳି ଚିତ୍ର ସାମ୍ନାକୁ ଆସିଛି । ବଞ୍ଚି ଥାଉ ଥାଉ ଜଣେ ଝିଅର ପିଣ୍ଡ ଦାନ କରିବେ।
ଆଗ୍ରାସ୍ଥିତ ପୁଲିସ ଷ୍ଟେସନର ବମରୌଲି କାଟାରା ଅଞ୍ଚଳର ତରକପୁର ଗାଁର ବାସିନ୍ଦା ସନ୍ଦୀପ ସିଂ ଜଣେ ବ୍ୟବସାୟୀ। ତାଙ୍କ ପତ୍ନୀ ରେମା ଜଣେ ଗୃହିଣୀ। ଉଭୟଙ୍କର ଦୁଇ ଝିଅ ରାକ୍ଷୀ ଏବଂ ନିକ୍କି । ରାକ୍ଷୀ ହେଉଛନ୍ତି ବଡ ଝିଅ। ଯାହାଙ୍କ ବୟସ ୧୩ ବର୍ଷ । ରାକ୍ଷୀଙ୍କୁ ତାଙ୍କ ବାପା ଓ ମା’ ଜୁନା ଆଖଡ଼ାକୁ ଦାନ କରି ଦେଇଛନ୍ତି। ଜାନୁଆରି ୧୯ ତାରିଖରେ ଶିବିରରେ ଗୌରୀଙ୍କ ପିଣ୍ଡ ଦାନ ହେବ। ସମସ୍ତ ଧାର୍ମିକ ରୀତିନୀତି ପାଳନ କରାଯିବାପରେ ରାକ୍ଷୀ ତାଙ୍କ ମୂଳ ପରିବାର ଠାରୁ ଅଲଗା ହୋଇଯିବେ।
ରିମାଙ୍କ କହିବା ଅନୁଯାୟୀ,‘ କୌଶଳ ଗିରି ଆମ ଅଞ୍ଚଳରେ ଭାଗବତ କଥାର ଆୟୋଜନ କରିଥିଲେ, ସେହି ଦିନଠାରୁ ମୋ ମନରେ ଭକ୍ତି ଜାଗ୍ରତ ହୋଇଥିଲା। ଡିସେମ୍ବର ୨ ତାରିଖରେ ପରିବାର ସହିତ ମୋ ଦୁଇ ଝିଅଙ୍କୁ ଧରି ମହାକୁମ୍ଭ ମେଳା ଅଞ୍ଚଳକୁ ଯାଇ ଗୁରୁଙ୍କ ସହ ଶିବିର ସେବାରେ ନିୟୋଜିତ ହୋଇଥିଲି। ଏଠାରେ ରାକ୍ଷୀ ସ୍ବାଧୀ ହେବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ରାକ୍ଷୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଗଙ୍ଗାରେ ସ୍ନାନ କରିବା ପରେ ଗୁରୁଗ୍ରାମ (ହରିୟାଣା) ରୁ ଆସିଥିବା ଜୁନା ଆଖଡ଼ାର ସନ୍ଥ କୌଶଲ ଗିରି ବୈଦିକ ମନ୍ତ୍ର ଜପ କରି ରାକ୍ଷୀଙ୍କୁ ଶିବିରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାକ୍ଷୀଙ୍କ ନାମ ‘ଗୌରୀ’ ରଖାଯାଇଛି।
Powered by Froala Editor