ମହୋତ୍ସବରେ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି ଫିଙ୍ଗିଦେଇଥିଲା ହାତୀ
କେରଳର ମାଲାପୁରାମ ଜିଲାର ତିରୁର୍ ପୁଥିଆଙ୍ଗଡ଼ି ମହୋତ୍ସବରେ ଏକ ହାତୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଉତ୍ସବର ଶେଷ ଦିନ ଥିଲା। ଏଥିପାଇଁ ଲୋକେ ବିଳମ୍ବିତ ରାତି ଯାଏଁ ବେଶ୍ ଧୁମ୍ଧାର ସହ ଏହି ଉତ୍ସବ ପାଳନ କରୁଥିଲେ। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ।
ମହୋତ୍ସବରେ ସାମିଲ ହୋଇଥିବା ୫ ହାତୀ ମଧ୍ୟରୁ ପାକ୍କାଟୁ ଶ୍ରୀକୁଟନ୍ ନାମକ ହାତୀ ଆକ୍ରାମକ ହୋଇଯାଇଥିଲା। ସେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି ଦୂରକୁ ଫିଙ୍ଗିଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ତେବେ ଆୟୋଜକଙ୍କ କହିବା ମୁତାବକ, ହାତୀ ଜଣଙ୍କୁ ଫିଙ୍ଗିଦେବା ପରେ ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହାପରେ ରାତି ୨ଟା ପରେ ମାହୁନ୍ତ ହାତୀକୁ କାବୁ କରିଥିଲେ। ଫଳରେ ଅଧିକ କ୍ଷତି ହେବାରୁ ରୋକାଯାଇପାରିଥିଲା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor