ପ୍ରଣବ ମୁଖାର୍ଜୀଙ୍କ ସମାଧି ହେବ ରାଜଘାଟରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ତିଆରି ହେବ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ସମାଧି। ‘ରାଷ୍ଟ୍ରୀୟ ସ୍ମୃତି’ ପରିସର ଅର୍ଥାତ ରାଜଘାଟ ପରିସରରେ ଏକ ସ୍ବତନ୍ତ୍ର ସ୍ଥଳକୁ ଚିହ୍ନଟ କରିବାର ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ଲେଖିକା ଓ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲ। । ବାବାଙ୍କ ପାଇଁ ଏକ ସ୍ମାରକୀ ତିଆରି କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ କୃତଜ୍ଞତା ଜଣାଉଛି। ଏହା ଖୁବ୍ ପ୍ରଶଂସନୀୟ, କାରଣ ଆମେ ଏଥିପାଇଁ କେବେ କହିନଥିଲୁ। ପ୍ରଧାନମନ୍ତ୍ରୀ ଏହି ଅପ୍ରତ୍ୟଶିତ ଦୟାଭାବ ଓ କୃତଜ୍ଞତାରେ ମୁଁ ଖୁବ୍ ପ୍ରଭାବିତ।‘
ଏହା ସହ ଶର୍ମିଷ୍ଠା ପିଏମ୍ ମୋଦିଙ୍କ ସହ ନିଜ ସାକ୍ଷାତ ଓ କେନ୍ଦ୍ର ସହର ବିକାଶ ଏବଂ ଆବାସ ମନ୍ତ୍ରଣାଳୟର ଚିଠିକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ‘ବାବା(ପ୍ରଣବ ମୁଖାର୍ଜୀ) କହୁଥିଲେ ରାଜକୀୟ ସମ୍ମାନ ପାଇଁ କହିବାକୁ ଦରକାର ପଡେନି, ବଂର ତାହା ଅଫର କରାଯାଇଥାଏ। ମୁଁ ଖୁବ୍ ଆଭାରୀ ଯେ, ପ୍ରଧାନମନ୍ତ୍ରୀ ମୋଦି ବାବାଙ୍କୁ ସ୍ମୃତି ଓ ସମ୍ମାନରେ ଏଭଳି କରିଛନ୍ତି। ତେବେ ଏହାଦ୍ବାରା ବାବାଙ୍କ ଉପରେ କିଛି ଫରକ ପଡିବନି। କାରଣ ସେ ଏବେ ଏ ଦୁନିଆରେ ନାହାନ୍ତି। ସେ ପ୍ରଶଂସା ଓ ଆଲୋଚନା କିଛି ବି ଜାଣିପାରିବେନି।କିନ୍ତୁ ତାଙ୍କ ଝିଅ ହୋଇଥିବାରୁ ଏହା ମୋ ପାଇଁ ଖୁସି ଓ ଗୌରବର କଥା। ‘
ଊଲ୍ଳେଖନୀୟ ଯେ, ପ୍ରଣବ ମୁଖାର୍ଜୀ ୨୦୧୨ ରୁ ଜୁଲାଇ ୨୦୧୭ ପର୍ୟ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ। ୨୦୧୯ ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ପରେ କଂଗ୍ରେସ ଓ୍ବାର୍କିଂ କମିଟି ଏକ ବୈଠକ କରି ତାଙ୍କ ପରଲୋକ ନେଇ ଦୁଃଖ ପ୍ରକାଶ କରିଥିଲା। ଏହା ସହ ତାଙ୍କର ସ୍ମାରକୀ ତିଆରି କରିବାକୁ ପ୍ରସ୍ତାବ ମଧ୍ୟ ପାସ୍ କରିଥିଲେ। ସେତେବେଳେ ଶର୍ମିଷ୍ଠା କହିଥିଲେ, ମୋ ବାପାଙ୍କ ସମୟରେ କଂଗ୍ରେସ ଓ୍ବାର୍କିଂ କମିଟି କାହିଁକି ବୈଠକ ଡକାଇନଥିଲା ? କାହିଁକି କେହି ପ୍ରସ୍ତାବ ଆଣିନଥିଲେ ?
Powered by Froala Editor