ବଜ୍ରାଘାତରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
ଶନିବାର ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଲରତା ପଞ୍ଚାୟତ ଅନ୍ତର୍ଗତ ଡହୁଟୋଲି ଗାଁରେ ଦୁଃଖଦ ଘଟଣା ଘଟିଛି । ବଜ୍ରପାତରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମଙ୍ଗା ମୁଣ୍ଡା, ପୁନା ମୁଣ୍ଡା, ଜିବନ୍ତୀ ମୁଣ୍ଡାଇନ୍, ଜୟମା ମୁଣ୍ଡାଇନ ଏବଂ ଆୟୁମ ମୁଣ୍ଡା ଅଛନ୍ତି।
ସୂଚନା ଅନୁସାରେ, ଶନିବାର ପରିବାରର ୫ ସଦସ୍ୟ ନିଜ କ୍ଷେତରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବାକୁ ସେମାନେ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ସେତିକି ବେଳେ ବଜ୍ରପାତରେ ସମସ୍ତେ ଟଳିପଡ଼ିଲେ। ଏନେଇ ଖବର ପାଇଁ ସ୍ଥାନୀୟ ବିଡିଓ ଏବଂ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାରେ ଶୋକ ଖେଳିଯାଇଛି। ଏହି ପରିବାରରେ ଏବେ ୩ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟ ଏବେ ଜଣେ ଦିଲ୍ଳୀରେ ଅଛନ୍ତି।
Powered by Froala Editor