କୋଭିଡ ହସ୍ପିିଟାଲରେ ନିଆଁ , ୪ ମୃତ

ନାଗପୁର: କୋଭିଡ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୪ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁରରେ ଅବସ୍ଥିତ ୱାଡିର ଏକ ଘରୋଇ ହସ୍ପିଟାଲରେ । ଏହି ହସ୍ପିଟାଲର ଦ୍ୱିତୀୟ ମହଲାରେ ଥିବା ଆଇସିୟୂର ଏସି ୟୁନିଟରେ ରାତି ପ୍ରାୟ ୮ଟା ୧୦ ରେ ନିଆଁ ଲାଗି ଯାଇଥିଲା ।ଏହି ୟୁନିଟରେ ୧୫ଟି ଆଇସିୟୂ ବେଡ ରହିଥିଲା ବୋଲି ଜଣାପଡିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହସ୍ପିଟାଲର ମୋଟ ୩୦ଟି ବେଡରୁ ଅନ୍ୟ ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ମ୍ରିୟମାଣ ହୋଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।