ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ ସମ୍ବୋଧିତ କରି ୫୩ ବର୍ଷୀୟ ଟ୍ରୁଡୋ ନିଜର ଇସ୍ତଫା ଘୋଷଣା କରିଛନ୍ତି।
୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ତେବେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ସେ ପର୍ଯ୍ୟନ୍ତ ରହିବେ ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଚୟନ ହୋଇନାହାନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଟ୍ରୁଡୋ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।
ଗତ କିଛି ବର୍ଷ ହେଲା କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା କମିଚାଲିଥିଲା । ନିଜର ବିଭିନ୍ନ ପଦକ୍ଷେପ ନେଇ ସେ ନିଜ ଦେଶରେ ଓ ବାହାରେ ବିବାଦୀୟ ଥିଲେ । ଫଳରେ ଲିବରାଲ ପାର୍ଟି ପାଇଁ ସେ ଏକ ବୋଝ ସଦୃଶ ହୋଇଯାଇଥିଲେ ।
ଜଷ୍ଟିନ ଟ୍ରୁଡୋ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ମୁଁ ପାର୍ଟିର ନୂତନ ନେତା ଚୟନ କରିବାକୁ କହିଛି ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ” ଆସନ୍ତା ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ସ୍ଥଗିତ ରହିବ।
Powered by Froala Editor