୨୦୫୦ ବେଳକୁ ହୁ ହୁ ବଢ଼ିବ ଦରଦାମ୍
ଦିନକୁ ଦିନ ବଢୁଛି ଦରଦାମ । ଆୟ ଅନୁଯାୟୀ ବ୍ୟୟ ବଢୁଛି । ଯେଉଁଥିପାଇଁ ଖାଉଟିଙ୍କ ଉପରେ ବୋଝ ବଢିଚାଲିଛି । ତେବେ ଏହି ବ୍ୟୟ ୨୦୫୦ ବେଳକୁ ଆହୁରି ବଢିଯିବ ବୋଲି ଗବେଷଣାରୁ ଜଣାପଡିଛି । ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା ଖାଉଟି ଖାଦ୍ୟସାମଗ୍ରୀ ମୂଲ୍ୟ ୨.୪୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦନ ଖର୍ଚ୍ଚ ୩.୩ ଗୁଣା ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଜର୍ମାନୀର ପଟ୍ସଡାମ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚ (ପିଆଇକେ)ର ଗବେଷକମାନେ କହିଛନ୍ତି ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଖାଉଟି ମୂଲ୍ୟ ବୃଦ୍ଧି ଚାଷୀମାନଙ୍କ ପାଇଁ କମ୍ ଜଣାପଡ଼ୁଥିଲେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର ଲୋକଙ୍କୁ ପର୍ଯ୍ୟାପ୍ତ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିବ।
ଗବେଷକମାନେ ୧୩୬ ଦେଶ ଓ ୧୧ ଖାଦ୍ୟ ଗ୍ରୁପ୍ରୁ ଖାଦ୍ୟ ମୂଲ୍ୟ ଆକଳନ କରିଥିଲେ। ସମ୍ପୂର୍ଣ୍ଣ ଖାଦ୍ୟ ମୂଲ୍ୟ ଶୃଙ୍ଖଳକୁ ବିଶ୍ଳେଷଣ ପରେ ଉପଭୋକ୍ତାଙ୍କ ଉପରେ ସବୁଜ ଗୃହ ବାଷ୍ପ ପ୍ରଭାବ ହ୍ରାସ ଲକ୍ଷ୍ୟରେ କିଭଳି ନୀତି ଆପଣାଯିବା ଆବଶ୍ୟକ, ତାହା ଗବେଷକମାନେ ଜାଣିବାକୁ ପାଇଥିଲେ। କୃଷି ଉପରେ ଉତ୍ସର୍ଜନର ପ୍ରଭାବ କମାଇବା ଲକ୍ଷ୍ୟରେ ଜଳବାୟୁ ନୀତି ପ୍ରସ୍ତୁତ ହେଉଥିବାବେଳେ ଖାଦ୍ୟ ମୂଲ୍ୟବୃଦ୍ଧିକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କ୍ଲାଇମେଟ୍ ପଲିସି ସହ ଧନୀ ରାଷ୍ଟ୍ରଗୁଡ଼ିକରେ ଖାଉଟି ଖାଦ୍ୟ ଦର ୨୦୫୦ ସୁଦ୍ଧା ୧.୨୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦକ ମୂଲ୍ୟ ୨.୭୩ ଗୁଣ ବଢ଼ିବ ବୋଲି ଗବେଷକମାନେ କହିଛନ୍ତି।
Powered by Froala Editor