କୁମ୍ଭମେଳା ଉଡ଼ାଇ ଦେବାକୁ ଧମକ, ଯୁବକଙ୍କୁ ଧରିଲା ପୁଲିସ
ପ୍ରୟାରଗରାଜ କୁମ୍ଭମେଳା । ସବୁଠୁ ମଡ଼ ମେଳା । ଲକ୍ଷ ଲକ୍ଷ ଲୋକ ଏହି ମେଳାରେ ଯୋଗ ଦିଅନ୍ତି । ଏଥିପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି ଚାଲୁ ରହିଛି । ତେବେ କୁମ୍ଭମେଳାକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛନ୍ତି । କିଛି ଦିନ ତଳେ ବିମାନବନ୍ଦର, ସ୍କୁଲକୁ ବୋମା ଧମକ ମିଳୁଥିଲା । ତେଣୁ କୁମ୍ଭମେଳାକୁ ଧମକ ମିଳିବା ପରେ ପୁଲିସ ଓ ପ୍ରଶାସନ ସଜାଗ ହୋଇଯାଇଥିଲା । ଜଣେ ଯୁବକକୁ ଏଭଳି ଧମକ ଦେବା ଅଭିଯୋଗରେ ଆୟୁଷ କୁମାରଙ୍କୁ ପୁଲିସ ଧରିଛି ।
ଡିସେମ୍ବର ୩୧ ତାରିଖରେ ଆୟୁଷ ନାସିର ପଠାନ୍ ନାଁରେ ସୋଶାଲ ମିଡିଆରେ କୁମ୍ଭମେଳାକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ। ଏହାପର ଠାରୁ ୟୁପି ପୁଲିସ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଥିଲା। ଶନିବାର ୟୁପି ପୁଲିସ ଭବାନୀପୁର ପୁଲିସର ସହାୟତାରେ ସହିଦଗଞ୍ଜ ପଞ୍ଚାୟତର ଓ୍ୱାର୍ଡ-୪ରେ ଚଢ଼ାଉ କରି ଆୟୁଷଙ୍କୁ ଗିରଫ କରିଥିଲା।
ଭବାନୀପୁର ଥାନା ଅଧ୍ୟକ୍ଷଙ୍କ କହିବା ମୁତାବକ ଆୟୁଷ କୁମାର ସହିଦଗଞ୍ଜ ପଞ୍ଚାୟତର ବାସିନ୍ଦା। ସେ ଧମକ ଦେବା ପରେ ନେପାଳ ଚାଲି ଯାଇଥିଲା। କିଛି ଦିନ ତଳେ ହିଁ ନିଜ ଘରକୁ ଫେରିଥିଲା। ଏହି ସୂଚନା ମିଳିବା ପରେ ୟୁପି ପୁଲିସ୍ ଚଢ଼ାଉ କରି ତାକୁ ଗିରଫ କରିଛି।
ଆୟୁଷର କେତୋଟି ସୋଶାଲ ମିଡିଆ ଆକାଉଣ୍ଟ ରହିଛି। ସେ ନା ଆଉ କିଏ ଏହାକୁ ଚଳାଉଥିଲେ ତାହା ନେଇ ମଧ୍ୟ ତଦନ୍ତ ଜାରି ରଖିଛି। ଆୟୁଷ ବିରୋଧରେ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଜାରି ରହିଖିଛି।
Powered by Froala Editor