ଦିଲ୍ଲୀ-ମିରଟ ନମୋ ଭାରତ କରିଡର ଲୋକାର୍ପଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହିବାବାଦ ଏବଂ ନୂଆ ଅଶୋକ ନଗର ମଧ୍ୟରେ ଦିଲ୍ଲୀ-ମିରଟ ନମୋ ଭାରତ କରିଡରର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହିଣ୍ଡନ ଏୟାରବେସରୁ ସାହିବାଦରେ ପହଞ୍ଚିଥିଲେ। ମୋଦି ସାଧାରଣ ଯାତ୍ରୀଙ୍କ ପରି ସାହିବାବାଦ ଆରଆରଟିଏସ ଷ୍ଟେଶନରେ ପହଞ୍ଚି ଟିକେଟ ୱିଣ୍ଡୋକୁ ଯାଇ QR କୋଡ ସ୍କାନ କରି ପେମେଣ୍ଟ କରିଥିଲେ। ଏହା ପରେ ଟିକେଟ ନେବା ପରେ ନମୋ ଭାରତ ଟ୍ରେନରେ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେଶନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ଏହି ସମୟରେ ସେ ଅନେକ ପିଲାଙ୍କୁ ଭେଟିଥିଲେ । ଏହି ପିଲାମାନେ ପିଏମ ମୋଦୀଙ୍କୁ ଅନେକ ଉପହାର ଦେଇଥିଲେ, ଯେଉଁଥିରେ ଚିତ୍ରକଳା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରକଳ୍ପର ଲୋକାର୍ପଣ ସହିତ ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଯାତ୍ରା ପ୍ରକ୍ରିୟା ସହଜ ହେବ। ଏହା କେବଳ ଯାତ୍ରା ସମୟ ହ୍ରାସ କରିବ ନାହିଁ ବରଂ ସୁରକ୍ଷା, ନିର୍ଭରଯୋଗ୍ୟତା, ଉଚ୍ଚ ଗତି ଏବଂ ଆରାମଦାୟକ ଭ୍ରମଣ ଅଭିଜ୍ଞତା ମଧ୍ୟ ପ୍ରଦାନ କରିବ।
ସୂଚନାଯୋଗ୍ୟ, ରବିବାରଠାରୁ ନାମୋ ଭରତ ଟ୍ରେନ ଦିଲ୍ଲୀରୁ ମିରଟରେ ପହଞ୍ଚିବା ପାଇଁ ସ୍ବଳ୍ପ ଟଙ୍କା ଏବଂ କମ ସମୟ ମଧ୍ୟରେ ଥିବା ସ୍ବପ୍ନକୁ ପୂରଣ କରିଛି। ନମୋ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ପ୍ରତି ୧୫ ମିନିଟରେ ଅପରାହ୍ନ ୫ ଟାରୁ ଉପଲବ୍ଧ ହେବ। ସାଧାରଣ କୋଚ୍ ପାଇଁ ଭଡା ୧୫୦ଟଙ୍କା ଏବଂ ପ୍ରିମିୟମ୍ କୋଚ୍ ପାଇଁ ଭଡା ୨୨୫ ଟଙ୍କା ହେବ। ଏହି ସଂଯୋଗ ସହିତ ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଯାତ୍ରା ଅତ୍ୟନ୍ତ ଆରାମଦାୟକ ହେବ।
Powered by Froala Editor